ସ୍ଵାମୀତ୍ଵ ଯୋଜନାରେ ସମ୍ପତ୍ତି କାର୍ଡର ଇ-ବିତରଣର ଶୁଭାରମ୍ଭ
ନୂଆଦିଲ୍ଲୀ: ସ୍ଵାମୀତ୍ଵ ଯୋଜନାରେ ସମ୍ପତ୍ତି କାର୍ଡର ଇ-ବିତରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଭାସୀରେ ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ରାୟଗଡ଼ାରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୬୫ ଲକ୍ଷରୁ ଊର୍ଦ୍ଧ୍ବ ପରିବାରକୁ ଏହି କାର୍ଡ ମିଳିଛି। ସ୍ଵାମୀତ୍ଵ ପ୍ରମାଣପତ୍ର କାର୍ଡ ଏକ ଉତ୍ତମ ସରକାରୀ ପଦକ୍ଷେପ। ସମ୍ପତ୍ତିର ଅଧିକୃତ କାଗଜପତ୍ର ପାଇବାରେ ଏଣିକି ଅସୁବିଧା ହେବନାହିଁ।