ଓଡ଼ିଶାରେ ବଢ଼ିବନି ବିଦ୍ୟୁତ୍ ଦର

Mar 24, 2025 - 20:40
 5
ଓଡ଼ିଶାରେ ବଢ଼ିବନି ବିଦ୍ୟୁତ୍ ଦର

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିବନି ବିଦ୍ୟୁତ୍ ଦର। ବିଦ୍ୟୁତ ତାରିଫ୍ ଅପରିବର୍ତ୍ତିତ ରହିଛି। ୨୦୨୫-୨୬ ରେ ସ୍ମାର୍ଟ ମିଟର ଚାର୍ଜ ପଡ଼ିବନି ବୋଲି ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିଶନ ପକ୍ଷରୁ ସୂଚନା ଦିଆଯାଇଛି। ଇଲେକ୍ଟ୍ରିସିଟି ରେଗୁଲେଟରି କମିଶନ ସଚିବ ପ୍ରିୟବ୍ରତ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ୍‌ ଛାଡ଼। ଡିଜିଟାଲ୍ ପେମେଣ୍ଟରେ ୪ ପ୍ରତିଶତ ରିହାତି ବଳବତ୍ତର ରଖାଯାଇଛି। ଯେଉଁ ୬୦ ଟଙ୍କା ରେଣ୍ଟ୍ ଚାର୍ଜ ପଡୁଥିଲା, ଆଉ ପଡ଼ିବନି। ଓଡ଼ିଶା ୨୦୨୧-୨୨ ପରଠାରୁ ତାରିଫ୍ ବୃଦ୍ଧି କରାଯାଇନାହିଁ।