ଧର୍ମ ଆଉ ଜୀବନ

Apr 22, 2025 - 22:21
 42
ଧର୍ମ ଆଉ ଜୀବନ

ଏକ ନବବିବାହିତ ଦମ୍ପତି ନିଜ ବିବାହର ଖୁସିରେ ଭାରତର ସୌନ୍ଦର୍ଯ୍ୟର ମାଣିକ କାଶ୍ମୀର ଯାଇଥିଲେ। କାଶ୍ମୀରର ପହଲଗାମ ଠାରେ ସୁନ୍ଦର ବାତାବରଣ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ନେଉଥିଲେ, ନିଜ ଆଗାମୀ ଜୀବନ ପାଇଁ କିଛି ସ୍ମୃତି ସାଉଣ୍ଟୁଥିଲେ। ଏତିକି ଭିତରେ କିଛି ପାକିସ୍ତାନୀ ଆତଙ୍କବାଦୀ (କେଉଁ ଧର୍ମ ସେଟା ତ ଆପଣ ବେଶ ଭଲ ଭାବେ ଜାଣି ସାରିବେଣି) ଆସି ଧମକେଇକି, ବନ୍ଧୁକ ଦେଖେଇକି ତାଙ୍କ ଧର୍ମ କଣ ବୋଲି ପଚାରନ୍ତି। ସେ ଦମ୍ପତିର ଏଇ ଗୋଟିଏ ଭୁଲ, ଯେ ସିଏ ଜଣେ ହିନ୍ଦୁ। କେବଳ ହିନ୍ଦୁ ବୋଲି ଆତଙ୍କବାଦୀ ତାଙ୍କୁ ଗୁଳି ମାରିଦିଅନ୍ତି। କେଉଁ ସିନେମା କାହାଣୀ ନୁହେଁ, ବାସ୍ତବିକତା। ବାସ୍ତବିକତା ଆଜିର, ଏଇ କେଇ ଘଣ୍ଟା ତଳର।

ନିଜେ କୁହନ୍ତୁ, କଣ ଭୁଲ ଥିଲା ସେ ଖୁସି ଦମ୍ପତିଙ୍କର, କଣ ଭୁଲ ଥିଲା ସେଠି ଫସିଥିବା ଅନ୍ୟ ଲୋକ ମାନଙ୍କର। ଭୁଲ କେବଳ ଗୋଟିଏ - ସେମାନେ ହିନ୍ଦୁ, ମଣିଷପଣିଆ ରଖି କାଶ୍ମୀର ଯାଇଥିଲେ। ଏବେ ବି ଯଦି ଆପଣଙ୍କ ରକ୍ତ ଜଳୁନି, ଏବେ ବି ଯଦି ଆପଣଙ୍କ ମତରେ ଆତଙ୍କବାଦର ଧର୍ମ ନାହିଁ, ତେବେ ଆପଣଙ୍କ ରକ୍ତ ନୁହେଁ, ସେଇଟା ଗୋଳି ପାଣି।