ଓଡ଼ିଶାରେ ୩ ଦିନ ଜାରି ରହିବ କାଳବୈଶାଖୀ ବର୍ଷା
ଭୁବନେଶ୍ୱର: ଓଡ଼ିଶାରେ ଆହୁରି ୩ ଦିନ ଜାରି ରହିବ କାଳବୈଶାଖୀ ବର୍ଷା । ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳି ସହ ଅପରାହ୍ନରେ ହେବ କାଳବୈଶାଖୀ ବର୍ଷା । ଆସନ୍ତା ୨ ଦିନ ଯାଏଁ ଭୁବନେଶ୍ୱର ଓ କଟକରେ ବିଜୁଳି ଘଡଘଡି ସହ ୩୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି। ଗତକାଲି ରାତିରେ ମଧ୍ୟରେ ଭୁବନେଶ୍ୱରର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି।