ଏମିତି ବି ହୁଏ

May 17, 2025 - 18:13
 38
ଏମିତି ବି ହୁଏ

ଏହି ଦିନକର କଥା ,ହଠାତ୍ ଚାହିଁ ଦେଖିଲା ବେଳେ  ଦୁଇ ତକିଆ ଯାନରେ ବସି ଇନ୍ଦ୍ର ଓ ଜୀବନ  ରାସ୍ତା ପାର ହୋଇ ଅନ୍ୟ ପଟେ ଚାଲିଗଲେଣି। ଅଳ୍ପ ଦୂର ଅତିକ୍ରମ କଲାପରେ ଗାଡିରୁ ଓହ୍ଲାଇ ପଡ଼ି ରାସ୍ତାକଡ଼ରେ ଠିଆ ହୋଇ ହାଲଚାଲ ପଚାରିବାରୁ ଅନେକ ପୁରୁଣା କଥା ବଖାଣିବା ଆରମ୍ଭ କରି ପକାଇଲେ।ଗୁଡ଼ାଏ  ଅତୀତର ସ୍ମୁତି କୁ ସଂପୂର୍ଣ୍ଣ ବର୍ଣ୍ଣନା କରୁ କରୁ ସମୟର ସ୍ରୋତ ବହୁତ ଦୂରକୁ ଚାଲି  ଯାଇଥିଲା। ଉଭୟଙ୍କ ସହ କଥା ହେଉ ହେଉ ଅନେକ ସ୍ମୁତି ସବୁ ତାଜା ହୋଇଥିଲା।
ସେମାନଙ୍କ କଥା ରୁ ଅନେକ ବିଷୟ ଅନୁମାନ କରି ହେଉଥିଲା ଯେ ସେମାନଙ୍କ ବନ୍ଧୁତାର ଘନିଷ୍ଠତା ବହୁତ ଗଭୀର ଓ ନିଷ୍ଠାପର, ଦୃଢ ବିଶ୍ବାସ ଚିରସ୍ଥାୟୀ ଭାବେ ଅନୁଭବ ହେଉଥିଲା ।
ଇନ୍ଦ୍ର ଓ ଜଗତ ଉଭୟଙ୍କ ବନ୍ଧୁତା ଖୁବ୍ ପିଲା ବେଳୁ ହୋଇଛି।ପିଲାଦିନ ବାଟି ଖେଳଠାରୁ  ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଦୀର୍ଘଦିନ ଧରି
ଚାଲି ଆସିଛି। ସେମାନଙ୍କ ପରସ୍ପର ବୁଝାମଣା ଏବଂ ବିଶ୍ଵାସ ଅଖଣ୍ଡ ହୋଇ ଦୃଢ଼ତା ସ୍ଥାପନ କରିଛି।ପିଲାଦିନ ଠାରୁ ଆଜି ପର୍ଯ୍ୟନ୍ତ ସେମାନେ ଏକମନ ଏକ ପ୍ରାଣ ହୋଇ ଚଳି ଆସୁଛନ୍ତି। ଉଭୟଙ୍କ ପାଠପଢ଼ା , ଚାକିରୀ, ବିବାହ, ପରିବାର ସବୁକିଛି ଧାରାବାହିକ ଭାବରେ ଗୁରୁ ଦାୟିତ୍ବ ବହନ କରିବା ସତ୍ତ୍ୱେ ବନ୍ଧୁତା କୁ ଶ୍ରେଷ୍ଠ ସ୍ଥାନ ଦେଇଛନ୍ତି।
ଉଭୟଙ୍କ ପୁଅଝିଅ ଙ୍କ ବିବାହକୁ ମିଳିମିଶି ସୁଚାରୁରୂପେ ସମ୍ପାଦନ କରିଥିଲେ। ପିଲାଙ୍କ ବିବାହ ପରେ ନାତିନାତୁଣୀ ଙ୍କ ରକ୍ଷଣାବେକ୍ଷଣ 
ଇତ୍ୟାଦି ଦାୟିତ୍ଵ କୁ ସୁଚାରୁ ରୂପେ ପରିଚାଳନା 
କରିବା ସତ୍ତ୍ୱେ ବନ୍ଧୁତା କୁ ବଜାୟ ରଖିଛନ୍ତି।
କେତେ ଘାତ କେତେ ପ୍ରତିଘାତ ଦେଇ ବନ୍ଧୁତା କୁ ସ୍ଥିର ରଖିଛନ୍ତି।
ଏମିତି ଦିନ ପରେ ଦିନ, ମାସ ପରେ ମାସ,ବର୍ଷ ପରେ ବର୍ଷ  ବିତି ଚାଲିଥାଏ। ସମସ୍ତ ଦାୟିତ୍ୱ ସରିବା ପରେ ୬୦ ବର୍ଷ ଅତିକ୍ରମ ହୋଇବା ସମୟରେ ଜଣକ ପରେ ଜଣଙ୍କର ସ୍ତ୍ରୀ ଇହଲୀଳା ସମ୍ବରଣ କଲେ।
ଉଭୟଙ୍କ  ସ୍ତ୍ରୀ କିଛି ଦିନ ବ୍ୟବଧାନ ରେ ମୃତ୍ୟୁ ବରଣ କରିଥିଲେ। ଉଭୟ ଉଭୟଙ୍କୁ କାନ୍ଧରେ ମୁଣ୍ଡ ଦେଇ ଦୁଃଖ ବାଣ୍ଟିବା, ଆଶ୍ଵାସନା, ସାନ୍ତ୍ଵନା ବାଣୀ ଓ ଦମ୍ଭ, ଧୈର୍ଯ୍ୟ ଦେଇଛନ୍ତି।
 ପୁଣିଥରେ ଉଭୟଙ୍କୁ ଏକୁଟିଆ କରି ଦେଇଛନ୍ତି। ବର୍ତ୍ତମାନ ଉଭୟ ପରସ୍ପର ସୁଖ ଦୁଃଖ ର ସାଥି ହୋଇ ଏକାଠି ଜୀବନ ଯାପନ 
କରୁଛନ୍ତି। ପୁଅ-ବୋହୂ, ଝିଅ-ଜ୍ୱଇଁ, ନାତିନାତୁଣୀ ସମସ୍ତଙ୍କ ଠାରୁ ଦୂରେଇ ଏକ ଜଙ୍ଗଲ ମଧ୍ୟରେ କୁଡ଼ିଆ ଟିଏ ତୋଳି ଉଭୟ ଏକାଠି ରହୁଛନ୍ତି।
" ବନ୍ଧୁତା ଏକ ଘନିଷ୍ଠ ସମ୍ପର୍କ" 
ସବୁ ବନ୍ଧନ ଠାରୁ ନିଆରା ଅଟେ।ସବୁ ସମ୍ପର୍କ ମଧ୍ୟରେ ସର୍ବଶ୍ରେଷ୍ଠ ବନ୍ଧୁତାର ସମ୍ପର୍କ।
ସଂସାରରେ ଏକ ସ୍ବଚ୍ଛ ଆଇନା ସଦୃଶ୍ୟ ଏହି ବନ୍ଧନ ଓ ସମ୍ବଦ୍ଧ ରୃପକ ଡୋର ଅଟେ। ଯେପରି ନିର୍ମଳ ଆଇନା କେବେ  ମିଛ କହେନାହିଁ, ସେହିପରି ବନ୍ଧୁତା ପ୍ରକୃତ ସତ୍ୟକୁ 
ପ୍ରକଟ କରିବାର ଏକ ଅଭିନବ  ପ୍ରୟାସ ର ସାହାସ ଅଟେ। ପ୍ରକୃତ ବନ୍ଧୁ  ଯିଏ,ସିଏ  ସର୍ବଦା ସତ୍ୟକୁ ସାଥୀ କରିଥାଏ।ତାର ପ୍ରକୃତ ମାର୍ଗ କୁ  ପରିଦର୍ଶିତ କରିଥାଏ। ଭୁଲ୍ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ।
ଜୀବନର ପ୍ରତ୍ୟେକ କ୍ଷେତ୍ରରେ କେବଳ ସତ୍ୟ, ନ୍ୟାୟ,ପୁଣ୍ୟରେ ସାଥୀ ହୋଇଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ ରୂପରେ ନାମିତ ଓ ପରିଚିତ।
ସତରେ ଏମିତି ବି ହୁଏ ଏହି ବନ୍ଧୁ ଏତେ ନିବିଡ ଘନିଷ୍ଠତା ଓ ଚିରସ୍ଥାୟୀ। ଭଗବାନ ଶ୍ରୀକୃଷ୍ଣ ଓ ସୁଦାମା ଙ୍କ ବନ୍ଧୁତା ଏକ ଜ୍ଜଳନ୍ତ ଉଦାହରଣ ସ୍ୱରୂପ ଅଟେ।
ମଧୁସ୍ମିତା ସାହୁ 
ବ୍ରହ୍ମା ନଗର ପ୍ରଥମ ଗଳି 
ବ୍ରହ୍ମପୁର 
ଜିଲ୍ଲା-ଗଞ୍ଜାମ 
ଓଡ଼ିଶା 
ମୋବାଇଲ ଫୋନ --୯୩୪୮୨୮୫୪୧୬