କଥାଟିଏ

ବହୁତ ପୂର୍ବର କଥା। ଦାସ ବ୍ରାହ୍ମଣ ଘରର ସତ ଘଟଣା। ବାପା ମାଁଙ୍କର ତିନୋଟି ସନ୍ତାନ ଥିଲା । ବାପାଙ୍କର ଦେହାନ୍ତ ପରେ ବିଧବା ମାଁ ତିନୋଟି ପିଲାମାନଙ୍କ ରକ୍ଷଣାବେକ୍ଷଣ ବହୁତ କଷ୍ଟରେ କରୁଥାଏ। ବଡ଼ଝିଅ ରୀନା କଲେଜ ପଢ଼ା ବେଳେ ଅନ୍ୟ ସହରକୁ ଯିବା ଆସିବା କରୁଥାଏ। ଭାରୀ ସାଦାସିଧା ଓ ସରଳ ଝିଅଟି।ଦିନକର କଥା କଲେଜରେ ପଢ଼ୁଥିବା ବେଳେ ରବି ରୀନା କୁ ପ୍ରେମ ପ୍ରସ୍ତାବ ଦେଇଥିଲା ।ସେଦିନ କଲେଜରେ ସିନା ମନା କରିଦେଲା ହେଲେ ପରବର୍ତ୍ତୀ ମୁହୁର୍ତ୍ତ ରେ ସେ ଛଦ୍ମବେଶୀ ହୋଇ ଆସି ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଆସି ଛଳନା ଭାବରେ ପୁଣି ଥରେ ବିବାହ ପ୍ରସ୍ତାବ ଦେଇଥିଲା। ତାକୁ ପ୍ରତ୍ୟାଖାନ କରିବାରୁ ବିଭିନ୍ନ ପ୍ରକାର ଅଭିନୟ କରି ମନକୁ କିଣି ଦେଲା । ଉଭୟଙ୍କ ପରିବାର ବର୍ଗ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାପରେ ବାହାଘର ନିଷ୍ପତ୍ତି ନେଲେ। ହେଲେ ଯୌତୁକ କଥା ନେଇ ବାଦବିବାଦ ସୃଷ୍ଟି ହେବାରୁ ଉଭୟ ପରିବାର ମନାନ୍ତର ଓ ମତାନ୍ତର ଦେଖାଗଲା।
ଏସବୁ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟାର ଫଳ ସ୍ବରୂପ ସେମାନେ ଉଭୟ ଲୁଚି ପଳାଇବା
ସହ ମନ୍ଦିରରେ ବାହାହେବା ପାଇଁ ସ୍ଥିର କଲେ।ରବି ନିଜ ଚକ୍ରାନ୍ତ ର ଜାଲ ବିଛାଇ ବିଭିନ୍ନ ଅଭିନୟ କରୁଥିଲା । ଶାନ୍ତ ସରଳ ବିଶ୍ଵାସୀ ଓ ନିଷ୍କପଟ ରୀନା ପରି ଝିଅକୁ ଏପରି ମିଛ କହି ଫାଙ୍କି ଚାଲିଲା ଓ ଶେଷକୁ ବିଷ ଖାଇ ମରିବାକୁ ବାଧ୍ୟ କଲା। ସେ ବିଷ ଖାଇବା ମିଛ ଅଭିନୟ କରି ରୀନା କୁ ମରଣ ମୁହଁ କୁ ଠେଲି ଦେଇଛି। ଶେଷରେ ରୀନା ଆରପାରିକୁ ଚାଲିଗଲା ଓ ସଂପୂର୍ଣ୍ଣ ସତକଥା ପ୍ରମାଣିତ ହୋଇଯିବା ପରେ ରବି କୁ ପୋଲିସ ବାନ୍ଧି ନେଲା । ଜୋରିମାନା ଓ ଜେଲଦଣ୍ଡ ଭୋଗିବାକୁ ପଡ଼ିଛି। ରୀନା ଆତ୍ମହତ୍ୟା କରି ମୁକ୍ତିର ଅବଶୋଷ ରେ ଘୁରି ବୁଲୁଛି। ତାର ପ୍ରିୟଜନ,ଭଗ୍ନୀ , ମାଁ ଓ ପ୍ରିୟ ମିତ୍ରକୁ ବାରମ୍ବାର ସ୍ବପ୍ନରେ ଆସି କହୁଛି "ମୋତେ ଭୁଲି ଯିବନି ତ", "ମୋତେ ଭୁଲି ଯିବନି ତ", ମୋ ମୁକ୍ତିଲାଭ ପାଇଁ ଠାକୁରଙ୍କ ସମ୍ମୁଖରେ ପ୍ରାର୍ଥନା କର ଓ ମୋତେ ମୁକ୍ତି ଦେବାରେ ସାହାଯ୍ୟ କର । ସବୁଦିନ ସ୍ବପ୍ନରେ ଆସି ଲୁହ ଭିଜା ନୟନରେ ଏତିକି କହି ଭୋ ଭୋ କାନ୍ଦୁଥାଏ। ଆତ୍ମହତ୍ୟା ଏକ ଜଘନ୍ୟରୁ ଜଘନ୍ୟତର ଅପରାଧ ହେବା ସତ୍ବେ ବହୁତ ମନୁଷ୍ୟ ନିଜ ବହୁମୂଲ୍ୟ ସୁନ୍ଦର ଜୀବନ କୁ ଆତ୍ମହତ୍ୟା ର ଦାହରେ ବିସର୍ଜନ କରୁଛନ୍ତି। ଦୂରାବସ୍ଥା ସମୟରେ ସମ୍ଭାଳିବା, ଧୈର୍ଯ୍ୟ ଓ ସାହାସ ,ମନୋବଳ ବଢାଇବା ଉଚିତ । ନିଜ ମନର କଥା କାହାକୁ କହିଦେବା ଉଚିତ୍। ବାରମ୍ବାର କହୁଥାଏ "ମୋତେ ଭୁଲି ଯିବନି ତ"ଏହି କରୁଣ ଚିତ୍କାର ଆଜିବି କାନ ଭିତରେ ଗୁଞ୍ଜରିତ ହେଉଛି ।
ମଧୁସ୍ମିତା ସାହୁ
ବ୍ରହ୍ମା ନଗର ପ୍ରଥମ ଗଳି
ବ୍ରହ୍ମପୁର
ଜିଲ୍ଲା-ଗଞ୍ଜାମ
ଓଡ଼ିଶା
ମୋ---୯୩୪୮୨୮୫୪୧୬