ସଂଜୀବ ପଣ୍ଡା ହେଲେ ଭୁବନେଶ୍ୱର - କଟକ ପୋଲିସ୍ କମିଶନର

Jan 25, 2024 - 13:40
 6
ସଂଜୀବ ପଣ୍ଡା ହେଲେ ଭୁବନେଶ୍ୱର - କଟକ ପୋଲିସ୍ କମିଶନର

ଭୁବନେଶ୍ୱର: ସଂଜୀବ ପଣ୍ଡା ହେଲେ ଭୁବନେଶ୍ୱର - କଟକ ପୋଲିସ୍ କମିଶନର। ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଗୁଇନ୍ଦା ନିର୍ଦ୍ଦେଶକ। ଓଡ଼ିଶାର ୬ ଜିଲ୍ଲାକୁ ମିଳିଲା ନୂଆ ଏସପି। ପିନାକ ମିଶ୍ର ହେଲେ ପୁରୀ ଏସପି। ବି ଯୁଗଳ କିଶୋର ହେଲେ କେନ୍ଦ୍ରାପଡ଼ା ଏସପି। ସେହିପରି ମଡକର ସନ୍ଦୀପ ସମ୍ପଦ ହେଲେ ଢେଙ୍କାନାଳ ଏସପି। ଦେବଗଡ଼ ଜିଲ୍ଲାର ନୂଆ ଏସପି ହେଲେ ରାମ ପ୍ରସାଦ ସାହୁ। ହରିଶ ବିସି ହେଲେ ରାୟଗଡ଼ା ଏସପି। ସୋନପୁରର ଏସପି ହେଲେ ୟସ୍ ପ୍ରତାପ ଶ୍ରିମଲ୍। କନୱର ବିଶାଳ ସିଂହ ହେଲେ କଟକ ଡିସିପି।