ବିଜେପିର ବଡ଼ ବାଜିମାତ
ନିର୍ବାଚନ ପୂର୍ବରୁ ବିଜେପି ଜିତି ନେଲା ଅରୁଣାଚଳ ପ୍ରଦେଶର ୧୦ ବିଧାନସଭା ଆସନ

ଭୁବନେଶ୍ୱର,୩୦/୦୩,
ରାଜ୍ୟରେ ଆଉ କିଛି ସପ୍ତାହ ପରେ ବିଧାନସଭା ସହ ୨ଟି ଲୋକସଭା ଆସନ ପାଇଁ ଭୋଟ ପଡ଼ିବ। କିନ୍ତୁ ଏହା ପୂର୍ବରୁ ରାଜ୍ୟର ୬୦ଟି ବିଧାନସଭା ଆସନରୁ ବିଜେପି ୧୦ଟିକୁ ଜିତି ନେଇଛି।
ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ, ତାଙ୍କ ଡେପୁଟି ଚୋୱାନ ମୈନ ଓ ଦଳର ଅନ୍ୟ ୮ ଜଣ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ଏହି ଆସନରୁ ସମସ୍ତ ବିରୋଧୀ ନାମାଙ୍କନ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ଖବର ସାମ୍ନାକୁ ଆସିଛି।
ପ୍ରେମା ଖାଣ୍ଡୁ ମୁକଟୋରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କ ବିରୋଧରେ କେହି ବି ନାମାଙ୍କନ ଦାଖଲ କରି ନଥିଲେ।
ବିଜେପି ରାଜ୍ୟର ସମସ୍ତ ୬୦ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୩୪ଟି ଆସନରେ ଲଢ଼ୁଛି। ଏଠାରେ ଆସନ୍ତା ୧୯ ଏପ୍ରିଲରେ ଭୋଟ ହେବ।