ବିଜେଡି ଛାଡ଼ିଲେ ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ପ୍ରିୟଦର୍ଶୀ ମିଶ୍ର
ଭୁବନେଶ୍ୱର: ବିଜେଡି ଛାଡ଼ିଲେ ଅନୁଭବ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର ଓ ଆକାଶ ଦାସ ନାୟକ। ଇସ୍ତଫା ଦେବା ପରେ ଆକାଶ କହିଛନ୍ତି ଯେ ଆତ୍ମ ସମ୍ମାନ ପାଇଁ ସେ ଦଳ ଛାଡ଼ିଲେ। ସେହିପରି ଅନୁଭବ ମହାନ୍ତି ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି।୨୦୧୯ ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ। ପ୍ରିୟଦର୍ଶୀ ମିଶ୍ର କହିଛନ୍ତି ଯେ ଦଳରେ କୁଚକ୍ରି ଙ୍କ ଶାସନ ଚାଲିଛି।