ନବୀନ ପଟ୍ଟନାୟକଙ୍କୁ ଶପଥ ଉତ୍ସବ ପାଇଁ ବିଜେପି କଲା ନିମନ୍ତ୍ରଣ
ଭୁବନେଶ୍ୱର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲା ବିଜେପି। ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଲେ ବିଜେପିର ୫ ବରିଷ୍ଠ ନେତା। ମନମୋହନ ସାମଲ , ସୁରେଶ ପୂଜାରୀ, ବସନ୍ତ ପଣ୍ଡା , ନିତ୍ୟାନନ୍ଦ ଗଣ୍ଡ ଓ ସମୀର ମହାନ୍ତି କଲେ ନିମନ୍ତ୍ରଣ। ଆସନ୍ତାକାଲି ଜନତା ମଇଦାନରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ। ନବୀନ ନିବାସରୁ ଫେରିବା ପରେ ମନମୋହନ ସାମଲ କହିଲେ ଯେ ନବୀନ ନିଶ୍ଚୟ ଆସିବେ ବୋଲି କହିଛନ୍ତି।
ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୬୭ ପ୍ଲାଟୁନ୍ ପୋଲିସ୍ ଫୋର୍ସ।