କାଳବୈଶାଖୀ ବର୍ଷା ଆଣିଲା ଅସହ୍ୟ ତାତିରୁ ଆଶ୍ବସ୍ତି
ଭୁବନେଶ୍ୱର: ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ବର୍ଷା ଆଣିଲା ଅସହ୍ୟ ଗରମରୁ ସାମାନ୍ୟ ଆଶ୍ୱସ୍ତି। ଭୁବନେଶ୍ବର, କଟକ ଓ ପୁରୀରେ ବିଭିନ୍ନ ଅଂଚଳରେ ପବନ ସାଙ୍ଗକୁ ସାମାନ୍ୟ ବର୍ଷା ହୋଇଛି। ଖୋର୍ଦ୍ଧା ଆଖପାଖ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି। ରାୟଗଡ଼ା, ଗଞ୍ଜାମ, ଖୋର୍ଦ୍ଧା, ବରଗଡ଼ ଓ ନୟାଗଡ଼କୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହୋଇଛି।