ଘଟଗାଁ ତାରିଣୀ ମନ୍ଦିର ବେଢ଼ାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

କେନ୍ଦୁଝର : ଆଜି କେନ୍ଦୁଝର ଜିଲ୍ଲାର ଘଟଗାଁ ତାରିଣୀ ମନ୍ଦିର ବେଢ଼ାରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି | ମହିଳା ଜଣକ ଭୁବନେଶ୍ୱରରୁ ଆସିଥିଲେ। ହୃଦଘାତରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ସଂଜ୍ଞାହୀନ ହୋଇପଡ଼ିବା ପରେ ଘଟଗାଁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର।