ପୋଲିସ କବଜାରେ ୩ ସାଇବର ଠକ

କୋରାପୁଟ : କୋରାପୁଟ ପୋଲିସ ତିନି ସାଇବର ଠକକୁ ବିହାରର ଚକପାଇ ଅଞ୍ଚଳରୁ ଗିରଫ କରିଛି । ଦେଢ଼ ଲକ୍ଷ ଟଙ୍କା ନଗଦ, ୧୪ଟି ମୋବାଇଲ, ଗୋଟିଏ ଲାପଟପ୍ ସହ ୪ଟି ପାସବୁକ୍ ଜବତ କରାଯାଇଛି । ଗିରଫ ତିନି ଅଭିଯୁକ୍ତ ବିହାର ଅଞ୍ଚଳର ହୋଇଥିବା ବେଳେ ସେମାନେ ନିୟମିତ ସାଇବର ଠକେଇ କରୁଥିବା ପୋଲିସ ସୂଚନା ଦେଇଛି । କୋରାପୁଟର ଜଣଙ୍କ ଠାରୁ ୪ ଲକ୍ଷ ଟଙ୍କା ଠକେଇ ହୋଇଥିବା କୋରାପୁଟ ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା l ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରାଯାଇ ମୋବାଇଲ ନମ୍ବରକୁ ଟ୍ରାକେ କରାଯାଇଥିଲା । ୧୫ ଦିନ ପରେ ବିହାର ଅଞ୍ଚଳରୁ ମୋବାଇଲର ଲୋକେସନ ମିଳିବାରୁ କୋରାପୁଟରୁ ଏକ ସ୍ଵତନ୍ତ୍ର ପୋଲିସ ଟିମ୍ ବିହାର ପୋଲିସ ସହାୟତାରେ ତିନି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l