ସାଇବର ସିକ୍ୟୁରିଟି ସ୍ପେସିଆଲାଇଜେସନ୍ ପାଇଁ ଆଇଟି ମୌଳିକତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସ୍ୱରୂପ ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରମାଣପତ୍ର ପ୍ରଦାନ

Sep 28, 2023 - 13:58
 3
ସାଇବର ସିକ୍ୟୁରିଟି ସ୍ପେସିଆଲାଇଜେସନ୍ ପାଇଁ ଆଇଟି ମୌଳିକତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସ୍ୱରୂପ ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରମାଣପତ୍ର ପ୍ରଦାନ

କୋରାପୁଟ :ଭାରତ ସରକାରଙ୍କ ଏମ.ଏସ.ଏମ.ଇ ଅଧିନସ୍ତ ଦ ଡିଜିଟାଲ ଆଡ୍ଡା ତରଫରୁ ଏକ ଅନଲାଇନ୍ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି l କୁଇଜର ବିଷୟବସ୍ତୁ "ସାଇବର ସିକ୍ୟୁରିଟି ସ୍ପେସିଆଲାଇଜେସନ୍ ପାଇଁ ଆଇଟି ମୌଳିକତା କାର୍ଯ୍ୟକ୍ରମ" ରହିଥିଲା l ଏହି ଅବସରରେ ଏହି କୁଇଜ ପ୍ରତିଯୋଗିତାରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବାରୁ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଅଛି l ଏହି ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ପାଡ଼ୱା ସ୍ଥିତ ରାଧାକୃଷ୍ଣ କନିଷ୍ଠ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି l ଏହି ଯୁବ ଅଧ୍ୟାପକ ଜଣକ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ ସ୍ୱରୂପ ପ୍ରମାଣ ପତ୍ର ପ୍ରାପ୍ତ ହେବାର ଖବର ମଧ୍ୟ ଆଗରୁ ହସ୍ତଗତ ହୋଇଅଛି l ଏତତ ବ୍ୟତୀତ ବିଭିନ୍ନ ସମୟରେ କବିତା, ଗଳ୍ପ, ପ୍ରବନ୍ଧ, ସ୍ତମ୍ଭ ଲେଖି ବେଶ୍ ପରିଚୟ ପାଇଥିବା ସହ ସମାଜସେବାକୁ ସେ ନିଶା ଭାବରେ ଗ୍ରହଣ କରିଅଛନ୍ତି l ଏହି କାର୍ଯ୍ୟକ୍ରମରେ ଦ ଡିଜିଟାଲ ଆଡ୍ଡାର ଫାଉଣ୍ଡର ତଥା ସିଇଓ ଯୋଗ ଦେଇ ଯୁବ ଅଧ୍ୟାପକ ତଥା କବି ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ସୁସ୍ଥ ଏବଂ ନିରାମୟ ଭବିଷ୍ୟତ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି l ଏଥିରେ ଖୁସି ବ୍ୟକ୍ତ କରି ଯୁବ ଅଧ୍ୟାପକ ତଥା କବି ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକ ମଧ୍ୟ ଭାରତ ସରକାରଙ୍କ ଏମ.ଏସ.ଏମ.ଇ ମନ୍ତ୍ରଣାଳୟ ଅଧୀନସ୍ତ ଦ ଡିଜିଟାଲ ଆଡ୍ଡାର ଫାଉଣ୍ଡର ତଥା ସିଇଓଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଅଛି l