କେଶ ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ - mission smile on the cancer survivor

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ଏଭଳି ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି Social Organization Professional Volunteer Action (SOPVA) ସୁପ୍ରଭା ଟ୍ରଷ୍ଟ ମାଧ୍ଯମରେ ୨୦୨୧ ମସିହା ଡିସେମ୍ବର ମାସ ୨୬ ତାରିଖରେ ସୁପ୍ରଭା ଟ୍ରଷ୍ଟର Vice President ହରପ୍ରିୟା ନାୟକ କ୍ୟାନ୍ସର ଯୋଦ୍ଧାଙ୍କ ଉଦ୍ଦେଶ୍ଯରେ କେଶ ଦାନ କରିଥିଲେ। ନାରୀ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏଯାବତ ଝିଅ ଓ ଏକ ମୁସଲମାନ ପୁଅ ନିଜର କେଶ ଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ଓ ପତ୍ରିକା ଗଣମାଧ୍ୟମ ଦ୍ୱାରା ଏହା ହୋଇପାରିଛି। ଓଡିଶାର କୋଣ ଅନୁକୋଣରୁ କେଶ ଦାନ କରିବା ଆରମ୍ଭ କରିଛନ୍ତି ଏବଂ କ୍ୟାନ୍ସର ସର୍ଭାଇଭର୍ ଙ୍କୁ ଚିକିତ୍ସିତ ଅବସ୍ଥାରେ ନକଲି କେଶ/ wig ପ୍ରଦାନ କରିବା ପାଇଁ ସୁପ୍ରଭା ଟ୍ରଷ୍ଟର ଏକ ନିଆରା ପ୍ରୟାସ ଆରମ୍ଭ ହୋଇଛି। Treatment ସମୟରେ Chemotherapy ଓ Radiotherapy ରେ କେଶ ଉପୁଡି ଯାଇଥାଏ। ଯେତେବେଳେ ଗୋଟିଏ ପରିବାରରେ ଦୁଃଖର ପାହାଡ ଛିଡା ହୋଇଥାଏ କ୍ୟାନ୍ସରକୁ ଭଲ କରିବାପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଥାନ୍ତି। ଗୋଟିଏ ନାରୀର ସୌନ୍ଦର୍ୟ୍ଯ ହେଉଛି କେଶ। ଯେତେବେଳେ ଗୋଟିଏ ମହିଳା କ୍ୟାନ୍ସର ରୋଗରେ ଶିକାର ହୋଇଥାଏ ଶାରୀରିକ, ମାନସିକ, ସାମାଜିକ ଓ ଆର୍ଥନୀତିକ କ୍ଷେତ୍ରରେ ସେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଆରସି/ mirror ଆଗରେ ଛିଡା ହେବାକୁ ଭୟ କରନ୍ତି। ସମାଜ ଆଗରେ ସାଧାରଣ ମହିଳାଙ୍କ ଭଳି ଯିବାପାଇଁ ସଙ୍କୋଚ ଅନୁଭବ କରନ୍ତି। ନିଜର ସାମାଜିକ ଭାରସାମ୍ୟ ହରାଇ ବସନ୍ତି। ଏଇଠି ମୁଁ ଗୋଟିଏ କଥା କହିବି, ପୂର୍ବରୁ କ୍ୟାନ୍ସର ରୋଗକୁ ମାରାତ୍ମକ ମନେ କରୁଥିଲେ କିନ୍ତୁ ଆଜିର ଦିନରେ କ୍ୟାନ୍ସର ରୋଗର ପ୍ରାରମ୍ଭରେ ଯଦି ଚିକିତ୍ସା ଆରମ୍ଭ ହେଉଛି ତାହେଲେ ସଂପୂର୍ଣ୍ଣ ସୁସ୍ଥ ହୋଇ ସାଧାରଣ ଜୀବନ ଯାପନ କରିବା ସମ୍ଭବ ଅଟେ। ସମସ୍ତ କ୍ୟାନ୍ସର ଯୋଦ୍ଧାଙ୍କୁ ମୁଁ ଏତିକି କହିବାକୁ ଚାହୁଁଛି, କ୍ୟାନ୍ସର ରୋଗକୁ ଭୟକରିବା ନାହିଁ, ସମସ୍ତେ ଭାବିବା ଏହି ରୋଗ ଏତେ କଠିନ ରୋଗ ନୁହେଁ। ଯଦି କିଏ ନିଜର କେଶ ଦାନ କରିବାକୁ ଚାହୁଁଛନ୍ତି ଦାନ କରିପାରିବେ ଏବଂ କୌଣସି ପ୍ରକାର କ୍ୟାନ୍ସର ଯୋଦ୍ଧା wig ନକରି କେଶ ନେବାକୁ ଚାହିୁଁଥିଲେ ନେଇପାରିବେ। Social Organization Professional Volunteer Action Trust ତରଫରୁ ଏକ ଅଭିଯାନ ଆରମ୍ଭ ହୋଇଛି " କେଶ ଥିଲେ ଦିଅନ୍ତିୁ, କେଶ ନଥିଲେ ନିଅନ୍ତୁ ", mission smile on the cancer survivor. ଇଚ୍ଛା ଅଛି ଆଗାମୀ ଦିନରେ ଏହି ଅଭିଯାନ କୁ ଆଗକୁ ଆଗକୁ ନେବାପାଇଁ, ସଚେତନତା ଓ ପ୍ରଚାର ପ୍ରସାର ଯୋଗୁଁ ଆଗକୁ ଯାଇହେବ ବୋଲି ଆଶା ଅଛି। ଆଗାମୀ ଦିନରେ ରକ୍ତଦାନ ଶିବିର ଭଳି କେଶଦାନ ଶିବିର କରିବାପାଇଁ ଯୋଜନା ଅଛି। ଲକ୍ଷ୍ଯ ଅଛି କେଶଦାନ ଶିବିର ମାନ୍ନା ପାଇଁ ସରକାରଙ୍କ ତରଫରୁ ଅନୁମତି ଆଣିବା ପାଇଁ। କେଶଦାନ କରିବାପାଇଁ ଚାହୁଁଥିବେ ଏହାପରେ ବି ଭାବୁଥିବେ ଆମର କେଶର ସଦୁପଯୋଗ ହେବକି ନାହିଁ। ଏମିତି ପ୍ରଶ୍ନ ମନକୁ ଆସୁଥିବ। ମୁଁ କେଶଦାନ କରିବା ଆଗରୁ ମୁଁ ବି ଠିକ୍ ଏହିଭଳି ଭାବୁଥିଲି। ମୁଁ ଏହି website- https:// www.copewithcancer.org/ ରେ ସବୁ ସୂଚନା ପାଇଥିଲି। Mumbai ରେ ଏକ ସଂଗଠନ କ୍ୟାନ୍ସର ଯୋଦ୍ଧାଙ୍କ ପାଇଁ କାମ କରୁଛି ତାଙ୍କ ସହିତ ଓଡ଼ିଶା ରୁ SopVA Trust ଯୋଡ଼ିହୋଇ ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରିଛି। mail id- hairdonationodisha2021@gmail.com , mob - 8895992307