ପେଟ୍ରୋଲ ପମ୍ପରୁ ଲୁଟ୍
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ତୁମୁଲିଆ ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି ହୋଇଛି। ୫ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରାମାଡ଼ କରି କ୍ୟାସ୍ କାଉଣ୍ଟରରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଜଣାପଡିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ପେଟ୍ରୋଲ ପମ୍ପ ମାଲିକ ଓ ତାଙ୍କ ପତ୍ନୀ ଆହତ ହୋଇଛନ୍ତି।