ଭୁବନେଶ୍ୱରରେ ଖୋଲିବ ଆଉ ଦୁଇଟି ଡେଙ୍ଗୁ ଟେଷ୍ଟିଂ ସେଣ୍ଟର

Aug 25, 2023 - 17:57
Aug 28, 2023 - 14:05
 34
ଭୁବନେଶ୍ୱରରେ ଖୋଲିବ ଆଉ ଦୁଇଟି ଡେଙ୍ଗୁ ଟେଷ୍ଟିଂ ସେଣ୍ଟର

ଭୁବନେଶ୍ୱର : ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଉ ଦୁଇଟି ଟେଷ୍ଟିଂ ସେଣ୍ଟର ଖୋଲାଯିବ। ଦୁଇ ତିନି ଦିନ ମଧ୍ୟରେ ଆଇଆରସି ଭିଲେଜ ଅର୍ବାନ ପିଏଚସିରେ ଡେଙ୍ଗୁ ପରୀକ୍ଷା ହେବ । ଏହାପରେ ପଟିଆ ସିଏଚସିରେ ଡେଙ୍ଗୁ ପରୀକ୍ଷା ପାଇଁ ଲାବୋରେଟରି ଖୋଲାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସାଧାରଣତଃ ସେପ୍ଟେମ୍ବର ଯାଏଁ ଡେଙ୍ଗୁ ରୋଗ ଦେଖାଦେଇଥାଏ । କିନ୍ତୁ ବର୍ଷା ହେଉଥିବାରୁ କେତେଦିନ ଡେଙ୍ଗୁ ରହିବ ତାହା ଆକଳନ କରିବା କଷ୍ଟକର । ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଲାଗି ଶଯ୍ୟା ସଂଖା ବଢାଯାଇଛି । ୪ଟି ସହରାଞ୍ଚଳ ଗୋଷ୍ଠୀକେନ୍ଦ୍ରରେ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି ।