ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ତିଥିରେ ଜଗତଜନନୀ ମା ଦୁର୍ଗା ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଉଦ୍ଦେଶ୍ୟରେ ମାଟି ଅନୁକୁଳ

ଭୁବନେଶ୍ୱର: ଭୁବନେଶ୍ଵର ର ସବୁଠାରୁ ପୁରାତନ ଓ ପ୍ରସିଦ୍ଧ ମଣ୍ଡପ, ସହିଦନଗର ଦୁର୍ଗାପୂଜା ସମିତି, ପକ୍ଷରୁ ଆଜି ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ତିଥିରେ ଜଗତଜନନୀ ମା ଦୁର୍ଗା ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଉଦ୍ଦେଶ୍ୟରେ ଆଜି ମାଟି ଅନୁକୁଳ କୁଆଖାଇ ପଠା ରେ ଦିନ ୩.୫୦ ରେ ପାରମ୍ପାରିକ ବିଧିରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ସହିତ ତୋରଣ ନିର୍ମାଣ ର ଶୁଭାରମ୍ଭ କରାଯାଇଛି I ପ୍ରତି ବର୍ଷ ପରି ଏହି ବର୍ଷ କିଛି ନୂତନ ଓ ଉଚ୍ଚ କୋଟି ର ତୋରଣ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି I ଏହି ଅବସରରେ ଦୁଇ ପ୍ରହରରେ ମା ଙ୍କ ନିକଟରେ ପ୍ରସାଦ ସେବନ ର ବ୍ଯବସ୍ଥା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସହିଦନଗର ଦୁର୍ଗା ପୂଜା ସମିତି ର ସଭାପତି, ସମ୍ପାଦକ, ସମସ୍ତ କର୍ମକର୍ତ୍ତା, ସଭ୍ଯ ବୃନ୍ଦ ଓ ସମସ୍ତ ଶ୍ରଦ୍ଧାଳୁ ପ୍ରସାଦ ସେବନ ସାରି ଦିନ ୩.୪୦ ରେ ସମିତି ପ୍ରାଙ୍ଗଣ ରେ ତୋରଣ କାର୍ଯ୍ୟ ର ଅନୁକୂଳ କରାଯାଇଥିଲା। ପରେ କୁଆଖାଇ ନଦୀ ପଠାରେ ରେ ମାଟି ଅନୁକୂଳ ପୂଜା ଅନୁଷ୍ଠିତ ହୋଇଥିଲା ।ଏହି ପୂଜା ର କର୍ତ୍ତା ଭାବେ ଶ୍ରୀ ଗିରୀଶ ପ୍ରସାଦ ରଥ ପୂଜା ପରିଚାଳନା କରିଥିଲେ I ଶେଷରେ ଏକ ବଡ଼ ଶୋଭାଯାତ୍ରାରେ ସମସ୍ତ ସଭ୍ଯ ଓ ୱାର୍ଡ ନମ୍ବର ୩୦ ର କର୍ପୋରେଟର ଙ୍କ ନେତୃତ୍ଵରେ ଅନୁକୂଳ ମାଟି କୁ ମଣ୍ଡପ କୁ ଆଣିଥିଲେ। ଶେଷରେ ସହିଦନଗର ଦୁର୍ଗା ପୂଜା ସମିତି ତରଫରୁ ସମ୍ପାଦକ ସବୁ ମିଡିଆ ସଂଯୋଜକ, ପୋଲିସ ପ୍ରଶାସନ, ପ୍ରଶାସନ, ସମସ୍ତ ଶ୍ରଦ୍ଧାଳୁ ଓ ଶୁଭେଚ୍ଛୁ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I