୨୦୨୩ OTET ବିଜ୍ଞପ୍ତିକୁ ନେଇ ଆସନ୍ତା ସୋମବାର ଦିନ ବୋର୍ଡ଼ ଅଫିସ ଘେରାଉ

Sep 7, 2023 - 09:17
 40
୨୦୨୩ OTET ବିଜ୍ଞପ୍ତିକୁ ନେଇ ଆସନ୍ତା ସୋମବାର ଦିନ ବୋର୍ଡ଼ ଅଫିସ ଘେରାଉ

ଭୁବନେଶ୍ୱର: ନିକଟରେ ପ୍ରକାଶ ପାଇଥିବା ୨୦୨୨ ର OTET ପରୀକ୍ଷାଫଳ କୁ ଅନେକ କନିଷ୍ଠ ଶିକ୍ଷକ ଆଶାୟୀ ଏବେ ଚିନ୍ତାରେ। ବୋର୍ଡ଼ର ତ୍ରୁଟି ମୂଲ୍ୟାୟନ ପାଇଁ ଲକ୍ଷ ଲକ୍ଷ ଆଶାୟୀଙ୍କ ଭବିଷ୍ୟତ ଏବେ ନଷ୍ଟ ହେବାକୁ ଯାଉଥିଲେ ମଧ୍ୟ ବୋର୍ଡ଼ ଅଫିସ କାର୍ଯ୍ୟାଳୟରୁ ଦର୍ଶାଯାଇଛି ଆମର ସଠିକ ମୂଲ୍ୟାୟନ କରାଯାଇଛି, ତେଣୁ ଆଗାମୀ ୨୦୨୩ ରେ ବାହାରିବାକୁ ଯାଉଥିବା ବହୁ ପ୍ରତିକ୍ଷୀତ କନିଷ୍ଠ ଶିକ୍ଷକ ପଦବୀ ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି ଆଶାୟୀ । ଦୀର୍ଘ ୭ ବର୍ଷରୁ ଉର୍ଦ୍ଧ ହେବ କୌଣସି ପଦବୀ ସୃଷ୍ଟି ହେଇ ପାରି ନ ଥିଲା, ଏଣୁ ଆଶାୟୀ ମାନଙ୍କ ଅଭିଯୋଗକୁ ଭିତ୍ତି କରି ସେପ୍ଟେମ୍ୱର୍ ୧୧ ସୋମବାର WE WANT AGAIN OTET BEFORE JT ସଂଘ ପକ୍ଷରୁ ଏକ ବଡ଼ ଧରଣର ଆନ୍ଦୋଳନ ହେବାକୁ ଯାଉଛି। କେବଳ ଏହି ଦାବିକୁ ଯେଉଁ ମାନେ ଚାଁହୁଛନ୍ତି ସେମାନେ ଆନ୍ଦୋଳନରେ ଯୋଗ ଦେଇ ପାରିବେ। ଏହି ଆନ୍ଦୋଳନ ର ମୁଖ୍ୟ ଉଦେଶ୍ୟ ରହିବ କନିଷ୍ଠ ଶିକ୍ଷକ ବିଜ୍ଞପ୍ତି ପୂର୍ବରୁ OTET 2023 ପରୀକ୍ଷା କରାଯାଉ, ୨୦୨୩ ର ହେବାକୁ ଯାଉଥିବା OTET ର ସଠିକ ମୂଲ୍ୟାୟନ କରାଯିବା ସହ NCTE Guidelines କୁ ପାଳନ କରାଯାଉ, Supreme Court ରାୟକୁ ଭିତ୍ତି କରି B.ed ପିଲାଙ୍କୁ ଆଉ ଥରେ OTET ପରୀକ୍ଷା ପାଇଁ ସୁଯୋଗ ଦିଆଯାଉ । ଏହା ବ୍ୟତୀତ ଆଉ କୌଣସି ନାରାବାଜି ଦିଆଯିବନି ଯଦି କୌଣସି ଆଶାୟୀ Grace Mark କିମ୍ୱା OMR କୁ ନେଇ ଇଛା ପ୍ରକାଶ କରୁଛନ୍ତି ଦୟାକରି ଏହି ଆନ୍ଦୋଳନରେ ଯୋଗ ଦେବେନି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।