ରାସ୍ତା ମରାମତି ଦାବିରେ ଡୁଙ୍ଗୁରିପାଲି ବନ୍ଦ

Oct 9, 2023 - 18:00
 9
ରାସ୍ତା ମରାମତି ଦାବିରେ ଡୁଙ୍ଗୁରିପାଲି ବନ୍ଦ

ସୁନ୍ଦରଗଡ଼: ଆଜି ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ସଚେତନ ନାଗରିକ କମିଟି। ଚେରୁପାଲି-ଚିନାଜୁରି ରାସ୍ତା ମରାମତି ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ସମର୍ଥକ ମାନେ କହିଛନ୍ତି ଯେ ଏହି ୧୨ କିଲୋିମିଟର ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଥିବାରୁ ବହୁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନ ରାସ୍ତା ମରାମତି ପାଇଁ କୌଣସି ପଦକ୍ଷେପ ନେଇନଥିବାରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ୨୬ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି ସହ ସହ ଗାଡ଼ି ।