କଟକ ବିଶାଳ ମେଗାମାର୍ଟ କୁ ୫ ଲକ୍ଷ ୫୦ ହଜାର ଜରିମାନା
କଟକ: କଟକ ସିଡିଏ-୧୦ ରେ ଥିବା ବିଶାଳ ମେଗାମାର୍ଟକୁ ୫ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କଟକ ଖାଉଟି ଅଦାଲତ। ଏକ୍ସପାୟର ହୋଇଥିବା ନୁଡୁଲ୍ସ ବିକ୍ରି କରିଥିବା ଅଭିଯୋଗରେ ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଖାଉଟି କଲ୍ୟାଣ ପାଣ୍ଠିକୁ ୫ ଲକ୍ଷ ଓ ଆବେଦନକାରୀଙ୍କୁ ୫୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।