ଖରା ଦିନ ଆରମ୍ଭରୁ ଜଙ୍ଗଲରେ ନିଆଁ
ଭୁବନେଶ୍ୱର: ଖରା ଦିନ ଆରମ୍ଭରୁ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ରାଜ୍ୟର ୯୨ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଛି। ସେଥିମଧ୍ୟରୁ ୪୦ ପ୍ରତିଶତ ଜଙ୍ଗଲ ବାହାରେ ଲାଗିଥିବା ସୂଚନା ମିଳିଛି। ଯଦି କେହି ବ୍ୟକ୍ତି ନିଆଁ ଲଗାଉଥିବେ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀ ମାସରେ ପାଲା, ଦାସକାଠିଆ, ଘୋଡ଼ା ନାଚ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।