ମାଲକାନଗିରି ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର

Mar 31, 2024 - 22:26
 9

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ଓଡ଼ିଶାର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ୩୯.୭ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ରାୟଗଡ଼ା ୩୮.୬ ଡିଗ୍ରୀ, ଝାରସୁଗୁଡ଼ା ୩୮.୬ ଡିଗ୍ରୀ, ବଲାଙ୍ଗିର ଓ ପାରଳାଖେମୁଣ୍ଡି ୩୮ ଡିଗ୍ରୀ, ଭୁବନେଶ୍ୱର ୩୫.୨ ଓ କଟକ ତାପମାତ୍ରା ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।