ଉତ୍କଳ ଦିବସ

ଉତ୍କଳ ଗୌରବ ହେ ମଧୁସୂଦନ ଓଡ଼ିଆ ଜାତିର ସମ୍ମାନ କୋଟି ଓଡ଼ିଆର ହେ ମଉଡମଣୀ ଓଡିଶାର ରଖିଛ ମାନ ll ହେ ଦିଗଦର୍ଶନ ଜାତି କର୍ଣ୍ଣ ଧାର ଉତ୍କଳର ଶ୍ରେଷ୍ଠ ବିନ୍ଧାଣୀ ଯୁଗେ ଯୁଗେ ତଵ ତ୍ୟାଗ ଭକ୍ତିମାନ ଦଣ୍ଡାୟମାନ ଏ ଧରଣୀ ll ରଖିବାକୁ ଏ ଜାତି ଗର୍ବ ଗୌରବ ବିପ୍ଲବେ ଦେଲ ଯେ ଆହ୍ୱାନ ହେ ଜାତି ପ୍ରାଣଧନ ଉତ୍କଳ ଛବି ତୁମେ ଅଟ ଯୋଗ୍ୟ ସନ୍ତାନ ll ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନେ ଗଢିଲ ବହୁ ସମ୍ମିଳନୀ ନିଜ ପ୍ରାଣ ଜାତି ସମୀପେ ଉତ୍ସର୍ଗେ ଦେଖାଇଲ ତୁମ ମେଲାଣି ll ଆହେ ବରପୁତ୍ର ପରମ ପୁରୁଷ ଘେନ ଆମ ଏ ଶ୍ରଦ୍ଧାଞ୍ଜଳି ପୁନଃ ଆଗମନ ହୁଅ ଧରା ବକ୍ଷେ ଓଡ଼ିଆଙ୍କ ଆଜି ଏ ଅଳି ll ତ୍ରିନାଥ ପଟ୍ଟନାୟକ (ଯୁବ ଅଧ୍ୟାପକ ତଥା କବି) ଗ୍ରାମ: ଗାନ୍ଧୀ ନଗର ପୋ:/ଜିଲ୍ଲା: କୋରାପୁଟ ମୋ:୯୪୩୮୩୬୨୧୭୨