ଉତ୍କଳୀୟ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଜୟ ମା ଭବାନୀ ଟ୍ରଷ୍ଟ ପାଳନ କରିବ ରଜ ଉତ୍ସବ

Jun 10, 2024 - 21:58
 61
ଉତ୍କଳୀୟ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଜୟ ମା ଭବାନୀ ଟ୍ରଷ୍ଟ ପାଳନ କରିବ ରଜ ଉତ୍ସବ

ଭୁବନେଶ୍ୱର: ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜୁନ୍ ୧୫ ତାରିଖରେ ଉତ୍କଳ ରଙ୍ଗମଞ୍ଚ ଜୟଦେବ ବିହାର ଭୁବନେଶ୍ୱରରେ ପାରମ୍ପରିକ ରଜ ଉତ୍ସବ ପାଳନ କରାଯିବ। ପାଶ୍ଚାତ୍ୟ ସଭ୍ୟତା କୁ ନିଜ ଆଦର୍ଶ ଭାବରେ ମଣୁଥିବା କିଛି ତଥାକଥିତ ବୁଦ୍ଧିଜୀବୀ ଓ ଆଧୁନିକବାଦୀଙ୍କ ଚିନ୍ତାଧାରାରେ ରଜପର୍ବ ଆଜି ମଳିନ। ସମୟର କଷଟି ପଥରରେ ଘୋରି ହୋଇ ଲୁପ୍ତ ହେବାକୁ ବସିଲାଣି ପୁରାତନର ମଧୁମୟ ସଂସ୍କୃତି, ମୌଳିକତା ଓ ଆତ୍ମୀୟତା । ଆମେ ଗ୍ରହଣ କରି ନେଲୁଣି ପାଶ୍ଚାତ୍ୟର ରଙ୍ଗରସର ସେହି ରଙ୍ଗିନ ସଂସ୍କୃତିକୁ । ଆମକୁ ସବୁଦିନ ପାଇଁ ମନେରଖିବାକୁ ପଡ଼ିବ ଆମ ସଂସ୍କୃତିର ସ୍ୱତନ୍ତ୍ରତା, ସ୍ୱାବଲମ୍ବନତା ଓ ପ୍ରାଚୀନତାକୁ। ଆମ ଉତ୍କଳୀୟ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ହେଉଛି ଆମ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରମୁଖ କର୍ତ୍ତବ୍ୟ । ସେହି ପାରମ୍ପରିକ ରଜ ମହୋତ୍ସବକୁ ପାଳନ କରିବା ପାଇଁ ଜୟ ମା ଭବାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆସନ୍ତା ଜୁନ ମାସ ୧୫ ତାରିଖ ରଜ ସଂକ୍ରାନ୍ତି (ଏକଦିନ)କୁ ସକାଳ ୯ ଘଟିକା ରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ "ରଜ ମହୋତ୍ସବ" ପାଳନ କରାଯିବ। ଏଥିରେ ଓଡ଼ିଶୀ ନାଚ, ରଜପାନ, ପାରମ୍ପାରିକ ପିଠା, ପାରମ୍ପାରିକ ଖାଦ୍ୟ, ପୂଚିଖେଳ, ଦଉଡି ଡିଆଁ ଖେଳ ଅନୁଷ୍ଠିତ ହେବା ସହ ଓଡିଶାର ସୁନାମ ବଢ଼ାଇବାରେ ସହାୟକ ହୋଇଥିବା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ "ସେବା ରତ୍ନ" ସମ୍ମାନରେ ସମ୍ମାନୀତ କରାଯିବ। ଏହି କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ବାବା ରାମ ନାରାୟଣ ମହାରାଜ ମୁଖ୍ୟ ଅତିଥି ଭାବେ ସୁଭାଶିଷ ଖୁଣ୍ଟିଆ ସମ୍ମାନନୀୟ ଅତିଥି ଭାବେ ତନୟା ପଟ୍ଟନାୟକ ନିର୍ଦେଶକ ସମ୍ବାଦ ଗ୍ରୁପ ଓ ଶ୍ରୀମତୀ ଶାଶ୍ଵତୀ ମିଶ୍ର ଉପଦେଷ୍ଟା ଭାବେ ଯୋଗ ଦେବେ। ପାରମ୍ପାରିକ ପିଠା, ପୂଚିଖେଳ ଓ ଦଉଡି ଡିଆଁ ଖେଳର ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଉପଢୌକନ ଦେଇ ପୁରସ୍କୃତ କରାଯିବ । ଚଳିତ ବର୍ଷ ଓଡିଶାର ବର ପୁତ୍ର ପଣ୍ଡିତ ଦାଶରଥୀ ସାମନ୍ତରାୟ ଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପ୍ରଚାର ଓ ପ୍ରସାର ପାଇଁ ଉଲ୍ଲେଖନିୟ କାର୍ଯ୍ୟ କରି ଥିବାରୁ "ଉତ୍କଳ ଶ୍ରୀ" ସମ୍ମାନ ରେ ସମ୍ମାନିତ କରାଯିବ। ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ପାଦକ ଡ ନାରାୟଣ ମହାପାତ୍ର କୋଷାଧ୍ୟକ୍ଷ ଶ୍ରୀ ଉମାନାଥ ମିଶ୍ର ମଳୟ ମହାପାତ୍ର,ଦିଲ୍ଲୀପ ପଟ୍ଟନାୟକ ବିପିନ ବିହାରୀ ସାହୁ ରଞ୍ଜନ କୁମାର ସାମଲ,ମନୋଜ କୁମାର ରାଉଳ, ଶ୍ରୀନିବାସ ରାଓ, ଆଦର୍ଶ ପଟ୍ଟନାୟକ, ଆତିଶ ପଣ୍ଡା, ରାହୁଲ ପଳେଇ,ଅଭିଷେକ ପ୍ରଧାନ, ରଞ୍ଜନ ବାରିକ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।