ସ୍ଥାନାନ୍ତରିତ ହେଲା ବାହାର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର

Jul 14, 2024 - 18:41
 53
ସ୍ଥାନାନ୍ତରିତ ହେଲା ବାହାର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର

ପୁରୀ: ଆଜି ବାହାର ରତ୍ନ ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍ କୁ ସ୍ଥାନାନ୍ତରିତ କରାଯାଇଛି। ରତ୍ନ ଭଣ୍ଡାର ଭିତରକୁ ଯାଇଥିଲା ୧୧ ଜଣିଆ ତଦାରଖ ଟିମ୍। ବାହାର ରତ୍ନ ଭଣ୍ଡାର ଖୋଲିବା ପରେ ଟ୍ରେଜେରିରୁ ଆସିଥିବା ଚାବିରେ ଭିତର ରତ୍ନ ଭଣ୍ଡାର ଖୋଲିବା ପାଇଁ ଉଦ୍ୟମ କରିଥିଲେ ଟିମ୍ ର ସଦସ୍ୟ । ତେବେ ଭିତର ରତ୍ନ ଭଣ୍ଡାରର ତିନୋଟି ତାଲା ଚାବିରେ ନଖୋଲିବାରୁ ସେଗୁଡ଼ିକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭାଙ୍ଗ ଦିଆଯାଇଥିଲା। ଭିତର ରତ୍ନ ଭଣ୍ଡାରରେ ଥିବା ସିନ୍ଦୁକ ଓ ଆଲମାରିରେ ଯାହା ସବୁ ଗଚ୍ଛିତ ରହିଛି ସେ ସବୁ ଅନ୍ୟ ଦିନ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଗଲା। ସ୍ଥାନାନ୍ତର କରିବାକୁ ଅଧିକ ସମୟର ଆବଶ୍ୟକତା ଯୋଗୁଁ ଅନ୍ୟ ଦିନ ଧାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।