ପୁରୀ ବେଳଭୂମିରୁ ମଣିଷ କଙ୍କାଳ ଉଦ୍ଧାର
ପୁରୀ: ପୁରୀ ବେଳଭୂମିରୁ ମଣିଷ କଙ୍କାଳ ଉଦ୍ଧାର ହୋଇଛି। ଖବର ପାଇ ପୁରୀ ବଳିଆପଣ୍ଡା ପୁଲିସ ଖପୁରୀ ଓ ଶରୀର ଅଂଶକୁ ଜବତ କରି ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ଟେଷ୍ଟିଂ ପାଇଁ ପଠାଇଛି। ଏହି ମୃତ ଦେହ କାହାର ତାହା ଜଣାପଡ଼ି ନାହିଁ । ଗତ ୧୪ ତାରିଖରେ ପୁରୀ ବେଳଭୂମିରୁ ବାଲେଶ୍ୱର ସୋର ଅଂଚଳର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା।