ଘଉଡ଼ାଇବା ବେଳେ ଦଳିଦେଲା ଦନ୍ତା
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ କୁଲୁକୁଟା ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋବିନ୍ଦ ମୁଣ୍ଡା। ଗାଁରେ ହାତୀ ପଶିବାରୁ ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ବନବିଭାଗ କର୍ମଚାରୀଙ୍କ ସହ ମିଶି ଘଉଡ଼ାଇବା ବେଳେ ଗୋବିନ୍ଦକୁ ଆକ୍ରମଣ କରିଥିଲା ଦନ୍ତା।