ଉଇନର ଆସୋସିଏସନ ସହିଦନଗର ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠାନ ପରିସରରେ ଗୁରୁଦିବସ ପାଳନ

ଭୁବନେଶ୍ୱର: ଗୁରୁ ଆଉ ରାସ୍ତା ଦୁଇ ଜଣ ଏକା ପରି, ନିଜେ ଗୋଟିଏ ଜାଗାରେ ରହନ୍ତି,କିନ୍ତୁ ଅନ୍ୟମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାନ୍ତି । ଏହି ଚିନ୍ତାଧାରା ସହ ଉଇନର ଆସୋସିଏସନ ର ସଦସ୍ୟ ମାନେ ଗୁରୁଦିବସ ପାଳନ କରିଥିଲେ। ସମସ୍ତ ଙ୍କ ମତ ଅନୁଯାଇ ଗୁରୁ ନିନ୍ଦା କରିବା ନାହିଁ, ଗୁରୁ ଯାହା ଉପଦେଶ ଦେବେ ତାହା ତୁମ ପାଇଁ ଗ୍ରହଣୀୟ ନ ହୋଇ ପାରେ କିନ୍ତୁ ତୁମ ପାଇଁ ଯାହା ଭଲ ହେବ ସେ କହିବେ। ଅନ୍ୟର କାର୍ଯ୍ୟ କରିବାର ଦକ୍ଷତା ଦେଖି ତାଙ୍କୁ ପ୍ରସଂଶା କରିବା ପାଇଁ ସାହସ ଦରକାର, ଶିଖିବାର ଇଚ୍ଛା ମନ ଭିତରେ ରଖିବା ଦରକାର, ମତାନ୍ତର ରହୁ କିନ୍ତୁ ମନ ଅନ୍ତର ନ ହେଉ,ବଡ ଭାଇ ମାନେ ସାନ ଭାଇ ମାନଙ୍କୁ ଆଶୀର୍ବାଦ କରିଥିଲେ। ପରେ ପରେ କେକ କଟା ଯାଇଥିଲା। ସମସ୍ତେ ସମସ୍ତ ଙ୍କୁ ଶ୍ରଦ୍ଧା ର ସହ କେକ ଖୁଆଇ ଥିଲେ। ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ, ଗୁରୁ ମା ଓ ଜ୍ଞାନ ଦାନ ସହିତ ସଂଶ୍ଳିଷ୍ଟ ଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଆସୋସିଏସନ ସଦସ୍ୟ।