ଗାଳ୍ପିକ ସରୋଜ ସାହୁଙ୍କ ପୁସ୍ତକ 'କାକବନ୍ଧ୍ୟା ର ଖୁସି' ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଗାଳ୍ପିକ ସରୋଜ ସାହୁଙ୍କ ଗଳ୍ପ ସଂକଳନ,କାକବନ୍ଧ୍ୟା ର ଖୁସି,ର ଲୋକାର୍ପଣ କରିଛନ୍ତି। ପକ୍ଷୀଘର ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏହି ଗଳ୍ପ ସଂକଳନ ରେ ଷୋହଳ ଟି ଗଳ୍ପ ରହିଛି। ପ୍ରତ୍ୟେକ ଗଳ୍ପ ଭିନ୍ନ ସ୍ୱାଦର ଅଟେ। ପ୍ରତି ଗଳ୍ପରେ ସମସାମୟିକ ସମାଜ ର ସ୍ୱର ପ୍ରତିଫଳିତ ହୋଇଛି।