ଇସ୍କନ ପକ୍ଷରୁ ଆମେରିକାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନଭେମ୍ବର ୩ରେ ଏବଂ ରଥ ଯାତ୍ରା ନଭେମ୍ବର ୯ କରାଯିବା ନିଷ୍ପତ୍ତି ଗ୍ରହଣ ଯୋଗ୍ୟ ନୁହେଁ: ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି
ଭୁବନେଶ୍ୱର : ଇସ୍କନ ପକ୍ଷରୁ ଆମେରିକାର ହଷ୍ଟନ ଟେକ୍ସସାସ ସହରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନଭେମ୍ବର ୩ରେ ଏବଂ ରଥ ଯାତ୍ରା ନଭେମ୍ବର ୯ କରାଯିବା ନିଷ୍ପତ୍ତି ଗ୍ରହଣ ଯୋଗ୍ୟ ନୁହେଁ, ପୂର୍ବରୁ ମଧ୍ୟ ଲୁଧିଆନ ଓ ଦିଲ୍ଲୀରେ ଅଦିନିଆ ରଥଯାତ୍ରା କରିବାକୁ ବାରମ୍ବାର ନିଷ୍ପତ୍ତିକୁ ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ଘୋର ବିରୋଧ କରି ଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ନିନ୍ଦା କରି ଏପରି ନ କରିବାକୁ ଇସ୍କନ କତୃପକ୍ଷକୁ ଜଣାଇଥିଲେ । ବହୁତ ବାଦ ବିବାଦ ପରେ ୨୦୨୧ରେ ଇସ୍କନ ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା ଯେ ପୁରୀ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଜେଷ୍ଟ ପୁର୍ଣିମା ଓ ରଥଯାତ୍ରା ଆଶାଡ ଶୁକ୍ଳ ପକ୍ଷ ଦ୍ଵତୀୟା ତିଥିରେ କରାଯାଉ ଥିବାରୁ ସେହି ସମୟରେ ରଥଯାତ୍ରା କରାଯିବ ।
ଇସ୍କନ ଭୁବନେଶ୍ୱରର ପ୍ରେମାନନ୍ଦ ପ୍ରଭୁ ସମସ୍ତଙ୍କୁ ନିଶ୍ଚିତ କରିଥିଲେ । ଏହି ବିଷୟରେ ଉପର କତୃପକ୍ଷକୁ ଜଣାଇବେ ଓ ରଥଯାତ୍ରା ଏକା ସମୟ ରେ କରାଯିବ ନିମନ୍ତେ ପାଳିତ ହୋଇ ଥିବା ପ୍ରସ୍ତାବ କୁ ଗ୍ରହଣ କରାଯିବ, ଶ୍ରୀ ଦେବେନ୍ଦ୍ର ପତି ପୂର୍ବତନ ସଭାପତି ଓଡିଶା କଲଚର ସେଣ୍ଟର ଆମେରିକା ହଷ୍ଟନ ପକ୍ଷରୁ ମଧ୍ୟ ଏହା କରିବା ଉଚିତ ନୁହେଁ ବୋଲି ମତ ଦେଇଛନ୍ତି ।
୨୦୦୮ ମସିହାରୁ ଓଡିଶା କଲଚର ସେଣ୍ଟର ଅନୁଷ୍ଠାନ ଆମେରିକାର ହଷ୍ଟନ ସହରରେ ପୁରୀ ଶ୍ରୀମନ୍ଦିର ନୀତି ଓ ସମୟ ଅନୁସାରେ ରଥଯାତ୍ରା କରି ଆସୁଛନ୍ତି ବୋଲି ଜଣାଉଛନ୍ତି । ପୁରୀ ମୁକ୍ତିମଣ୍ଡପ ସଭାପତି ବିଶ୍ୱନାଥ ମିଶ୍ର ଏହି ଅଦିନିଆ ରଥଯାତ୍ରା ନ କରାଯିବା ପାଇଁ ମତ୍ତ ଦେଇଛନ୍ତି ଏବଂ ତାଙ୍କ ବାର୍ତ୍ତା ରେ ଏହା ମହାପ୍ରଭୁଙ୍କ ସଂସ୍କୃତିକୁ ଅପମାନ ବୋଲି କହିଛନ୍ତି । ରବି ନାରାୟଣ ସାମନ୍ତରାୟ ଓ ବିନାୟକ ଦାସ ମହାପାତ୍ର ସେବାୟତ ଶ୍ରୀମନ୍ଦିର ପୁରୀ ତାଙ୍କ ବାର୍ତ୍ତା ରେ ଏପରି କରାଯିବା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ ଅଟେ ବୋଲି ଜଣାଇଛନ୍ତି । ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଆଜିର ଆଲୋଚନା ସଭାରେ ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ଉପ ସଭାପତି ବୈକୁଣ୍ଠ ମହାପାତ୍ର, ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ଅକ୍ଷୟ ସାହୁ ତନ୍ମୟ ସାହୁ କୋଷାଧକ୍ଷ ସୁରେଶ ମିଶ୍ର, ଉପ କୋଷାଧକ୍ଷ ରଶ୍ମି ରଞ୍ଜନ ପଟ୍ଟନାୟକ, ପ୍ରଫେସର ରାମଚନ୍ଦ୍ର ମିଶ୍ର, ଶ୍ରୀନିବାସ ରାଓ ଓ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ,ଏଣୁ ଆମେ ମାନେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଓଡିଶା ସରକାର ଓ ମନ୍ଦିର ପ୍ରଶାସନକୁ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ବିନମ୍ର ଅନୁରୋଧ କରୁଅଛୁ ବୋଲି ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ପ୍ରକାଶ ପାଇଛି।