ମାର୍ଚ୍ଚ ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ପୁରୀ: ମାର୍ଚ୍ଚ ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ମରାମତି ପରେ ଆରମ୍ଭ ହେବ ଗଣତି ମଣତି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ମରାମତି ପାଇଁ ଭାରତୀୟ ପ୍ରତ୍ନତତତ୍ଵ ବିଭାଗ ୩ ମାସ ସମୟ ମାଗିଥିଲା। ଯଥେଷ୍ଟ ପୂର୍ବରୁ ମରାମତି କାମ ସାରିବାକୁ ଚେଷ୍ଟା ଚାଲିଛି। ମକର ସଂକ୍ରାନ୍ତି ପରେ ଜାନୁୟାରୀ ୧୭ରୁ ପୁଣି ମରାମତି କାମ ହେବ।