ଶିମିଳିପାଳ ଜୈବମଣ୍ଡଳରୁ ୭ ଶିକାରୀ ଗିରଫ

Jan 14, 2025 - 23:09
 4

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜୈବମଣ୍ଡଳରୁ ବନବିଭାଗ ଦ୍ବାରା ୭ ଜଣ ଶିକାରୀ ଗିରଫ ହୋଇଛନ୍ତି। ଜେନାବିଲ ବନାଞ୍ଚଳରେ ବନ୍ୟଜନ୍ତୁଙ୍କୁ ଶିକାର ଉଦ୍ୟମ ବେଳେ ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ଶିକାରୀମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତ ଉଦଳା ଅନ୍ତର୍ଗତ ଉପରତାଳଡିହା ଗ୍ରାମର ସୂଚନା। ସମସ୍ତଙ୍କୁ ବନ୍ୟପ୍ରାଣୀ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି।