ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

Mar 27, 2024 - 18:36
 6
ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ନିଜର ପ୍ରାଥୀ ତାଲିକା ଘୋଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ ମାଧ୍ୟମରେ ଗଣମାଧ୍ୟମକୁ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ନିଜର ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଳ ୭୧ ବିଧାନସଭା ଓ ୯ ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଲୋକସଭା ପ୍ରାଥୀ ହେଲେ ସମ୍ବଲପୁର: ପ୍ରଣବ ପ୍ରକାଶ ଦାସ କଳାହାଣ୍ଡି: ଲମ୍ବୋଦର ନିଆଳ ସୁନ୍ଦରଗଡ଼: ଦିଲ୍ଲୀପ ତୀର୍କି ମୟୁରଭଞ୍ଜ: ସୁଦାମ ମାରାଣ୍ଡି କେନ୍ଦ୍ରାପଡ଼ା: ଅଂଶୁମାନ ମହାନ୍ତି ନବରଙ୍ଗପୁର: ପ୍ରଦୀପ ମାଝୀ ଭୁବନେଶ୍ୱର: ମନ୍ମଥ ରାଉତରାୟ କୋରାପୁଟ: କୌଶଲ୍ୟା ହିକକା ଆସ୍କା: ରଂଜିତା ସାହୁ ବିଧାନସଭା ପାଇଁ ପ୍ରାର୍ଥୀ- ଅଭିଯୁକ୍ତ କୋରାପୁଟ ଜିଲ୍ଲାରୁ ୪ଜଣ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି।କୋରାପୁଟ ଲୋକସଭାରୁ କୌଶଲ୍ୟା ହିକକା, ନବରଂଗପୁରରେ କୌଶଲ୍ୟା ପ୍ରଧାନୀ, ଉମରକୋଟରେ ନବୀନା ନାଏକ, ରାୟଗଡ଼ାରୁ ଅନସୂୟା ମାଝୀଙ୍କୁ ପ୍ରାର୍ଥୀ କରାଯାଇଛି।