ନୂଆ ସରକାରୀ ବାସଭବନକୁ ଗଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଜି ଛକ ରାଜଭବନ ରାସ୍ତାରେ ଥିବା ବାସଭବନ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ। ପ୍ରଥମେ ଗୋମାତାଙ୍କ ପ୍ରବେଶ ପରେ ପୂଜାର୍ଚ୍ଚନା କରି ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ଗାନ୍ଧି ମାର୍ଗ କ୍ବାର୍ଟରରେ ରହୁଥିଲେ ମୁଖ୍ୟମନ୍ତ୍ରୀ ।