ପବିତ୍ର ଜନ୍ମାଷ୍ଟମୀରେ ଏକାଠି ହେଲେ ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆର ସମସ୍ତ ସଦସ୍ୟ
ଭୁବନେଶ୍ବର : ଗୋବର୍ଦ୍ଧନଧାରୀ ତଥା ଵୃନ୍ଦାବନବିହାରୀ ଶ୍ରୀକୃଷ୍ଣଙ୍କୁ ଭକ୍ତି ଅର୍ଘ୍ୟ ଅର୍ପଣ କରି ସାତ୍ତ୍ଵିକ ଆନନ୍ଦ ପାଇବା ପାଇଁ ପ୍ରୟାସ କରି ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏକ ସ୍ଵତନ୍ତ୍ର ବୈଠକରେ ଯୋଗ ଦେଇ ସକାରାତ୍ମକ ଚିନ୍ତାଧାରାରେ କାର୍ଯ୍ୟ କରିବାକୁ ଆରମ୍ଭ କରିବାକୁ ଆହ୍ଵାନ ଦିଆଯାଇଛି । ପ୍ରଥମେ ଜନ୍ମାଷ୍ଟମୀ ଅବସରରେ ସହିଦନଗର ବାସିନ୍ଦା ସିଦ୍ଧାର୍ଥ ବକ୍ସିଙ୍କ ପୁଅ ସୁନ୍ଦର ଦୁଇଟି ଭଜନ ଗାଇବା ପରେ ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ର କୋଷାଧକ୍ଷ ବିପିନ ବିହାରୀ ସାହୁ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ଜୀବନ ର ବିଭିନ୍ନ ପରିସ୍ଥିତିରେ ସକରାତ୍ମକ କାର୍ଯ୍ୟ କିପରି କରି ହେବ ଏବଂ ଜୀବନରେ ଲକ୍ଷ୍ୟ ହାସଲ ପାଇଁ କଣ ପଦକ୍ଷେପ ନେବାକୁ ହେବ ସମସ୍ତଙ୍କୁ କହିଥିଲେ । ସାଧାରଣ ସମ୍ପାଦକ ଉମାନାଥ ମିଶ୍ର ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ମାଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ କରା ଯାଉଥିବା କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ପ୍ରାଞ୍ଜଳ ଭାବରେ କହିଥିଲେ । ସଭାପତି ଡ ନାରାୟଣ ମହାପାତ୍ର ନିଜ ଜୀବନର ୩୫ ବର୍ଷର ଅନୁଭୂତି ସମସ୍ତଙ୍କ ସହିତ ବାଣ୍ଟିଥିଲେ । ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ କରାଯିବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ମା ଆଦିଶକ୍ତିଙ୍କ କୃପାରୁ ସ୍ରୁଷ୍ଟି ହୋଇ ଥିଲେ ସୁଦ୍ଧା ଆମେ ସ୍ରଷ୍ଟାର ସମ୍ମାନ ପାଇଁ କିଛି କରୁ ନାହାଁନ୍ତି । ମାତୃଶକ୍ତିର ମାନ ସମ୍ମାନ ବଢାଇବା ପାଇଁ କାର୍ଯ୍ୟ କରିବା ନିମନ୍ତେ ଅହରହ ସଂଗ୍ରାମ କରିବାକୁ ପଡିବ । ମା ଆଦିଶକ୍ତିଙ୍କ ସର୍ବ ଭାରତୀୟ ସ୍ତରରେ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ କଲେ ସମାଜର ଉନ୍ନତି ହେବ ବୋଲି କହିଥିଲେ ଡ ମହାପାତ୍ର । କାର୍ଯ୍ୟକ୍ରମରେ ଉପସଭାପତି ରଞ୍ଜନ କୁମାର ସାମଲ ଉପଦେଷ୍ଟା ମନୋଜ ରାଉଳ, ସୁବାଷ ଜଗତି, ଦୀପକ ରାଉତ, ଶ୍ରୀନିବାସ ରାଓ, ରାହୁଲ ପଳେଇ ଓ ବହୁ ଉଦୀୟମାନ ଯୁବକ ଯୋଗ ଦେଇଥିଲେ । ଆସନ୍ତୁ ଆମେ ସମସ୍ତେ ମିଶି ମାତୃଶକ୍ତିର ସମ୍ମାନ ବଢ଼ାଇବାରେ ସହାୟକ ହେବା, ଉପସଭାପତି ଇଂ ଦିଲ୍ଲୀପ ପଟ୍ଟନାୟକ ଲକ୍ଷ ହାସଲର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ, ଶେଷରେ ୟୁନିଟ, ୪ କ୍ଲବ ଯୁବ ବନ୍ଧୁ ତପନ ବାବୁ ଓ ସାଥୀ ମାନଙ୍କୁ ସମ୍ଵର୍ଦ୍ଧିତ କରାଯାଇ ଥିଲା, ସେମାନେ ମଧ୍ଯ କ୍ଲବ ପକ୍ଷରୁ ସମସ୍ତଙ୍କୁ ଆଶନ୍ତା ଗଣେଶ ଚତୁର୍ଥୀରେ ଯୋଗ ଦେବାକୁ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ଅବସରରେ ଉଦୀୟମାନ ଯୁବକ ଶକ୍ତି ବାବୁଙ୍କୁ ମଧ୍ଯ ସମ୍ଵର୍ଦ୍ଧିତ କରାଯାଇ ଥିଲା । ଶେଷରେ ଏକ ଭଜନ ଗାନ କରା ଯାଇ ମା ଆଦିଶକ୍ତି ଗୌରୀଙ୍କ ପାଖରୁ ଆସିଥିବା ଖାଦ୍ୟ ପ୍ରସାଦ ସମସ୍ତେ ମିଶି କରି ଭୋଜନ କରିଥିଲେ। ମା ଆଦିଶକ୍ତି ପାଖରେ ସମସ୍ତଙ୍କର କଲ୍ଯାଣ କାମନା କରାଯାଇ ସଭା ସାଙ୍ଗ କରାଯାଇଥିଲା ।