ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

Aug 3, 2023 - 17:38
 9

ଭୁବନେଶ୍ୱର: ମହାନଦୀ ଅବବାହିକାରେ ଛୋଟ ରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। କଟକ ଜିଲ୍ଲା ମଣ୍ଡଳୀରେ ୮ ଲକ୍ଷ ୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଆଜି ରାତିରେ ମଣ୍ଡଳୀ ୯ ଲକ୍ଷ ୫୦ ହଜାର କ୍ୟୁସକ ଜଳ ମଣ୍ଡଳୀରେ ପ୍ରବାହିତ ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ।