ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ରଥ କାମ
ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ କାମ। ରଥରେ ଲାଗି ସାରିଲେଣି ପାର୍ଶ୍ଵ ଦେବାଦେବୀ। ଆଜି ସନ୍ଧ୍ୟାରେ ଆଜ୍ଞାମାଳ ଆସିବା ପରେ ରଥର ହେବ ଦକ୍ଷିଣ ମୋଡ଼। ଆଜି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନବଯୌବନ ଦର୍ଶନ । ପ୍ରଥମେ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଚାଲିଥିଲା ପରମାଣିକ ଟିକେଟ୍ ଦର୍ଶନ। ଏହା ପରେ ସାଧାରଣ ଦର୍ଶନ। ସକାଳ ୯ଟାରୁ ୧୧ଟା ଶ୍ରୀଜୀଉଙ୍କ ସାହାଣ ମେଳା ଦର୍ଶନ।