ରାକ୍ଷୀରେ ରାକ୍ଷୀ

Aug 30, 2023 - 11:51
 112
ରାକ୍ଷୀରେ ରାକ୍ଷୀ

ରାକ୍ଷୀରେ ରାକ୍ଷୀ ତୁ ହେବୁ ମୋର ସାକ୍ଷୀ ଆଜି ଏଇ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ହାତରେ ମୁଁ ବାନ୍ଧିବି ରାକ୍ଷୀ ଆଦରି ଯେ ନେବି ସମ୍ପର୍କରେ ll ଥାଏ ଯେଉଁ ସମ୍ପର୍କରେ ଭରି ସ୍ନେହ ଥାଏ ଯେଉଁଠି ଅମାପ ଶ୍ରଦ୍ଧା ସ୍ୱାର୍ଥପର ଏ ଦୁନିଆଁରେ ସେ ଏକା ବିନା ସ୍ଵାର୍ଥେ ଥାଏ ପାଖେ ସଦା ll ଏଇ ସମ୍ପର୍କ ଅଟେ ସ୍ନେହ ରକ୍ତର ପୁଣି ଯେ ଅଜଣା ଦୁନିଆଁରୁ ଆସି ପାଲଟିଯାଏ ବହୁ ନିଜର ଶକ୍ତ ହୁଏ ପବିତ୍ର ଡୋରୀରୁ ll ଭାଇ ଭଉଣୀର ଏଇ ଯେ ସମ୍ପର୍କ ଖୋଜେ ନାହିଁ ରକ୍ତ ପରିଚୟ ମନ ମାଳିନ୍ୟ ପରେ ଭି ତେଜ ରହେ ରଖେ ପବିତ୍ର ଡୋରୀ ବଜାୟ ll ଦରକାର ବେଳେ ଯେ ସାହା ହୁଅଇ କୁହେ ସର୍ବଦା ବିପଦେ ଆହା ଭାଇ ଭଉଣୀ ସ୍ନେହ ଦୃଢ ରଖିବ ଯୁଗେ ଏ କୀର୍ତ୍ତି ରହିବ ସାହା ll ତ୍ରିନାଥ ପଟ୍ଟନାୟକ (ଯୁବ ଅଧ୍ୟାପକ ତଥା କବି) ଗ୍ରାମ:ଗାନ୍ଧୀ ନଗର ପୋ:/ଜିଲ୍ଲା:କୋରାପୁଟ ମୋ:୯୪୩୮୩୬୨୧୭୨