୩ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି

Jul 27, 2023 - 17:44
 5
୩ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ୱର : ଆଜି ୩ ଦିନିଆ ଗସ୍ତ ସାରି ଓଡ଼ିଶାରୁ ନୂଆଦିଲ୍ଲୀକୁ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆଜି ନୂଆଦିଲ୍ଲୀ ଫେରିଯାଇଛନ୍ତି । ରାଷ୍ଟ୍ରପତିଙ୍କ ଦିଲ୍ଲୀ ଗସ୍ତ ସମୟରେ ବିମାନବନ୍ଦରରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ, ମେୟର ଓ ପୋଲିସ କମିଶନର ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଭୁବନେଶ୍ୱର ତମାଣ୍ଡୋରେ ବ୍ରହ୍ମକୁମାରୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବାଟିଆରେ ଡିଭାଇନ୍ ଲାଇଟ୍ ହାଉସର ମଧ୍ୟ ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି ।ସେଠାରେ ଆୟୋଜନ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଗଛ ଲଗାଇଥିଲେ । ପରେ ପରେ ଦି ଇୟର ଅଫ୍ ପଜିଟିଭ୍ ଚେଞ୍ଜ ଥିମ୍ ଲଞ୍ଚ କରିବା ସହିତ ବ୍ରହ୍ମାକୁମାରୀ କେନ୍ଦ୍ରର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ରାଜଭବନରେ ଆଦିମ ଜନଜାତି ସମୁଦାୟ ସଦସ୍ୟଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିଥିଲେ ।