୭ ଟି ଅନ୍ତର୍ଜାତୀୟ ପୁରସ୍କାର ରେ ପୁରସ୍କୃତ ହେଲେ ଯାଜପୁର ମାଟି ର ହିତେଶ କୁମାର

ଯାଜପୁର ବ୍ୟାସନଗର ରୁ ନୱାଦା ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ ରେ ହିତେଶ ଙ୍କ ବିଜୟ
ଭୁବନେଶ୍ୱର,(06-09)ବିହାର ରାଜ୍ୟ ର ନୱାଦା ସହରରେ ଗତ ଅଗଷ୍ଟ ୨୭ ତାରିଖ ରବିବାର ଦିନ ଆୟୋଜିତ ହୋଈ ଯାଇଛି 'ନୱାଦା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ - ୪ର୍ଥ ସଂସ୍କରଣ - ୨୦୨୩' ।
ବ୍ୟାସନଗର, ଯାଜପୁର ରୋଡ଼ ସ୍ଥିତ ସ୍ବର୍ଗତ ପ୍ରଫୁଲ୍ଲ କୁମାର ମହାପାତ୍ର ଙ୍କ ନାତି ଓ ଚିତ୍ରଶିଳ୍ପୀ ନିବେଦିତା ମହାପାତ୍ର ଙ୍କ ପୁତ୍ର
ହିତେଶ କୁମାର ଙ୍କ ନିର୍ମିତ ୨ଟି ଚଳଚ୍ଚିତ୍ର - ଅଭିମାନିନୀ ଓ ମହିରୁହ କୁ ମିଳିଛି ୭ ଟି ପୁରସ୍କାର। ବିଶ୍ୱ ର ୮୩ ଦେଶ ରୁ ଆସିଥିବା ୩୫୦୦ ଫିଲ୍ମ ମଧ୍ୟ ରୁ ହିତେଶ ଙ୍କ ଫିଲ୍ମ "ଅଭିମାନିନୀ ଓ ମହିରୁହ" - ଶ୍ରେଷ୍ଠ କାହାଣୀ, ଶ୍ରେଷ୍ଠ ନିର୍ଦେଶନା, ଶ୍ରେଷ୍ଠ କଳାକାର, ଶ୍ରେଷ୍ଠ ଚିତ୍ରଉତ୍ତୋଳନ ଓ ଶ୍ରେଷ୍ଠ ପ୍ରେରଣାଦାୟୀ ଚଳଚ୍ଚିତ୍ର" ରୂପେ ପୁରସ୍କାର - ହିତେଶ କୁମାର, ଶିବାନନ୍ଦ ବିଶ୍ୱାଳ, ହରିହର ପୁହାନ, ଶିଳ୍ପୀ କେସୁଦାସ, ଶ୍ୟାମଳେନ୍ଦୁ ପାତ୍ର, ରାଜେଶ କୁମାର ମୂର୍ମୁ, ସରୋଜ କୁମାର ମହାରଣା, ଅଜିତ କୁମାର କର, ଅଶୋକ କୁମାର ଶା, ବିଶ୍ୱରଂଜନ ମଲ୍ଲିକ, ଗୁରୁସ୍ୱାମୀ ମହନ୍ତ, ସଂସ୍କୃତି ବସୁ ଓ ମମତାମୟୀ ଦାଶ ଙ୍କୁ ସମ୍ମାନିତ କରାଯିବା ସହ ଶ୍ରୀ ଆକାଶ ଦାସ ନାୟକ(ପ୍ରସିଦ୍ଧ ଓଡ଼ିଆ ସିନେ ତାରକା) ଙ୍କୁ ମହିରୁହ ଚଳଚ୍ଚିତ୍ର ରେ ପୃଷ୍ଠଭୂମି ସ୍ୱର ପାଇଁ ହିତେଶ ଅନେକ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ହିତେଶ ଙ୍କ ପରିବାର ଏକ କଳାକାର ପରିବାର ହୋଇଥିବା ବେଳେ, ତାଙ୍କ ଅଜା ସ୍ବର୍ଗତ ପ୍ରଫୁଲ୍ଲ କୁମାର ମହାପାତ୍ର ଯାଜପୁର ର ଏକ ପ୍ରସିଦ୍ଧ ତବଲା ବାଦକ ଥିଲେ ଓ ମାଉସୀ ମଧୁସ୍ମିତା ଓ ଗୀତିସ୍ମିତା ମହାପାତ୍ର କଣ୍ଠଶିଳ୍ପୀ, ମାମୁଁ ମନମୋହନ ମହାପାତ୍ର ଭାରତ ତଥା ବିଦେଶ ରେ ତବଲା ବାଦକ ରୂପେ ସୁନାମ ଅର୍ଜନ କରିବା ସହ, ତାଙ୍କ ମା ନିବେଦିତା ମହାପାତ୍ର ହେଲେ ଜଣେ ଚାରୁ ଚିତ୍ରକଳା ରେ ଶିକ୍ଷୟତ୍ରୀ ଓ ସାରା ଓଡିଶା ରେ ଜଣେ ନିପୁଣ ବ୍ୟକ୍ତିତ୍ୱ। ତାଙ୍କ ଆଇ ଲଷ୍ମୀପ୍ରିୟା ମହାପାତ୍ର ଓ ସମସ୍ତଙ୍କ ଆଶୀର୍ବାଦ ରେ ଆଜି ସଫଳ ହୋଇପାରିଛନ୍ତି ବୋଲି କୁହନ୍ତି ହିତେଶ।
ମହୋତ୍ସବର ନିର୍ଦ୍ଦେଶକ ରାହୁଲ ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ବିହାର ପ୍ରଦେଶର କଳା ଓ ସଂସ୍କୃତି ମନ୍ତ୍ରୀ ଜିତେନ୍ଦ୍ର କୁମାର ରାୟ ଏବଂ ସମ୍ମାନୀତ ଅତିଥି ଭାବେ ପ୍ରଗତି ଫାଉଣ୍ଡେସନର ଅଧ୍ୟକ୍ଷ୍ୟ ତଥା ଗୋବିନ୍ଦପୁର ବିଧାୟକ ଏମ.ଡି. କମରାନ ଯୋଗ ଦେଇଥିଲେ । ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବଲିଉଡ୍ ଜଗତର ଚର୍ଚ୍ଚିତ ଅଭିନେତା ଅଖିଳେନ୍ଦ୍ର ମିଶ୍ର, ଅଭିନେତା ସତ୍ୟକାମ ଆନନ୍ଦ, ପ୍ରସିଦ୍ଧ ଆମେରିକୀୟ ଓ ଭାରତୀୟ ଅଭିନେତା ଜେ. ବ୍ରାଣ୍ଡନ ହିଲ ଓ ବିଶିଷ୍ଟ ସିନେ ସମୀକ୍ଷକ ଡଃ କୁମାର ବିମଳେନ୍ଦୁ ସିଂ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଭାବେ କାଲିଫର୍ଣ୍ଣିଆରୁ ହଲିଉଡ୍ ନିର୍ଦ୍ଦେଶିକା ଟ୍ରାସି ଆନ୍ ଚାପେଲ୍ ଯୋଗ ଦେଇଥିଲେ ।
କିଛି ବର୍ଷ ଭିତରେ ଯାଜପୁର ମାଟି ରୁ ହିତେଶ କୁମାର ଏପରି ସାମାଜିକ ବାର୍ତ୍ତା ଓ ସମାଜ ରେ ଏକ ନୂତନ ପରିବର୍ତ୍ତନ ର ଦିଗ ଦେଖାଇବା ସହ ଓଡ଼ିଆ ଭାଷା ରେ ଫିଲ୍ମ ନିର୍ମାଣ କରି ଦେଶ ବିଦେଶ ରେ ପ୍ରତିଯୋଗିତା କରି ବିଜୟ ହାସଲ କରିବା ଏବଂ ଓଡ଼ିଆ ଭାଷା ର ପ୍ରଚାର ଓ ପ୍ରସାର କରିବା କେବଳ ଆମ ଯାଜପୁର ନୁହେଁ ସାରା ଓଡିଶାବାସୀ ଙ୍କ ପାଇଁ ଗର୍ବ ଓ ଗୌରବ କହିଲେ ଅତ୍ୟୁକ୍ତି ହେବ ନାହିଁ।