ଯାଜପୁର ବ୍ୟାସନଗର ରୁ ନୱାଦା ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ ରେ ହିତେଶ ଙ୍କ ବିଜୟ

୭ ଟି ଅନ୍ତର୍ଜାତୀୟ ପୁରସ୍କାର ରେ ପୁରସ୍କୃତ ହେଲେ ଯାଜପୁର ମାଟି ର ହିତେଶ କୁମାର
ଭୁବନେଶ୍ୱର, (06-09):ବିହାର ରାଜ୍ୟ ର ନୱାଦା ସହରରେ ଗତ ଅଗଷ୍ଟ ୨୭ ତାରିଖ ରବିବାର ଦିନ ଆୟୋଜିତ ହୋଇଥିବା 'ନୱାଦା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ - ୪ର୍ଥ ସଂସ୍କରଣ - ୨୦୨୩' ରେ ଓଡ଼ିଆ ପୁଅ ହିତେଶ କୁମାର ଙ୍କୁ ମିଳିଛି ଗୋଟିଏ କି ଦୁଇଟି ନୁହେଁ, ୭ ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣ ର ସମ୍ମାନ।
ବ୍ୟାସନଗର, ଯାଜପୁର ରୋଡ଼ ସ୍ଥିତ ସ୍ବର୍ଗତ ପ୍ରଫୁଲ୍ଲ କୁମାର ମହାପାତ୍ର ଙ୍କ ନାତି ଓ ଚିତ୍ରଶିଳ୍ପୀ ନିବେଦିତା ମହାପାତ୍ର ଙ୍କ ପୁତ୍ର
ହିତେଶ କୁମାର ଙ୍କ ନିର୍ମିତ ୨ଟି ଚଳଚ୍ଚିତ୍ର କୁ ମିଳିଛି ୭ ଟି ପୁରସ୍କାର। ବିଶ୍ୱ ର ୮୩ ଦେଶ ରୁ ଆସିଥିବା ୩୫୦୦ ଫିଲ୍ମ ମଧ୍ୟ ରୁ ହିତେଶ ଙ୍କ ଫିଲ୍ମ "ଅଭିମାନିନୀ ଓ ମହିରୁହ" - "ଶ୍ରେଷ୍ଠ କାହାଣୀ, ଶ୍ରେଷ୍ଠ ନିର୍ଦେଶନା, ଶ୍ରେଷ୍ଠ କଳାକାର (୩) , ଶ୍ରେଷ୍ଠ ଚିତ୍ରଉତ୍ତୋଳନ, ଶ୍ରେଷ୍ଠ ଚଳଚ୍ଚିତ୍ର ଓ ଶ୍ରେଷ୍ଠ ପ୍ରେରଣାଦାୟୀ ଚଳଚ୍ଚିତ୍ର ରୂପେ
- ହିତେଶ କୁମାର, ଶିବାନନ୍ଦ ବିଶ୍ୱାଳ, ହରିହର ପୁହାଣ, ଶିଳ୍ପୀ କେସୁଦାସ, ଶ୍ୟାମଳେନ୍ଦୁ ପାତ୍ର, ରାଜେଶ କୁମାର ମୂର୍ମୁ, ସରୋଜ କୁମାର ମହାରଣା, ଅଜିତ କୁମାର କର, ଅଶୋକ କୁମାର ଶା, ବିଶ୍ୱରଂଜନ ମଲ୍ଲିକ, ଗୁରୁସ୍ୱାମୀ ମହନ୍ତ, ସଂସ୍କୃତି ବସୁ, ମମତାମୟୀ ଦାଶ ଙ୍କୁ ପୁରସ୍କୃତ କରାଯିବା ସହ ଶ୍ରୀ ଆକାଶ ଦାସ ନାୟକ(ପ୍ରସିଦ୍ଧ ଓଡ଼ିଆ ସିନେ ତାରକା) ଙ୍କୁ ମହିରୁହ ଚଳଚ୍ଚିତ୍ର ରେ ପୃଷ୍ଠଭୂମି ସ୍ୱର ପାଇଁ ହିତେଶ ଅନେକ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ଏହି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସମଗ୍ର ବିଶ୍ଵରୁ ୮୪ ଟି ଦେଶ ଭାଗ ନେଇଥିଲେ। ମହୋତ୍ସବର ନିର୍ଦ୍ଦେଶକ ରାହୁଲ ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ବିହାର ପ୍ରଦେଶର କଳା ଓ ସଂସ୍କୃତି ମନ୍ତ୍ରୀ ଜିତେନ୍ଦ୍ର କୁମାର ରାୟ ଏବଂ ସମ୍ମାନୀତ ଅତିଥି ଭାବେ ପ୍ରଗତି ଫାଉଣ୍ଡେସନର ଅଧ୍ୟକ୍ଷ୍ୟ ତଥା ଗୋବିନ୍ଦପୁର ବିଧାୟକ ଏମ.ଡି. କମରାନ ଯୋଗ ଦେଇଥିଲେ । ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବଲିଉଡ୍ ଜଗତର ଚର୍ଚ୍ଚିତ ଅଭିନେତା ଅଖିଳେନ୍ଦ୍ର ମିଶ୍ର, ଅଭିନେତା ସତ୍ୟକାମ ଆନନ୍ଦ, ପ୍ରସିଦ୍ଧ ଆମେରିକୀୟ ଓ ଭାରତୀୟ ଅଭିନେତା ଜେ. ବ୍ରାଣ୍ଡନ ହିଲ ଓ ବିଶିଷ୍ଟ ସିନେ ସମୀକ୍ଷକ ଡଃ କୁମାର ବିମଳେନ୍ଦୁ ସିଂ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଭାବେ କାଲିଫର୍ଣ୍ଣିଆରୁ ହଲିଉଡ୍ ନିର୍ଦ୍ଦେଶିକା ଟ୍ରାସି ଆନ୍ ଚାପେଲ୍ ଦେଇଥିଲେ ।
ଆମ ଓଡ଼ିଆ ଭାଷା ରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବା ସହ ଓଡ଼ିଆ ଭାଷା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠା କରିବା ହେଉଛି ଆମ ଭାଷା ର ଉନ୍ନତି ଓ ବିକାଶ ବୋଲି କୁହନ୍ତି ହିତେଶ।
ସେ ତାଙ୍କ ପରିବାର ବର୍ଗ - ଅଜା ସ୍ବର୍ଗତ ପ୍ରଫୁଲ୍ଲ କୁମାର ମହାପାତ୍ର ଯାଜପୁର ର ଏକ ପ୍ରସିଦ୍ଧ ତବଲା ବାଦକ ଥିଲେ ଓ ମାଉସୀ ମଧୁସ୍ମିତା ଓ ଗୀତିସ୍ମିତା ମହାପାତ୍ର କଣ୍ଠଶିଳ୍ପୀ, ମାମୁଁ ମନମୋହନ ମହାପାତ୍ର ଭାରତ ତଥା ବିଦେଶ ରେ ତବଲା ବାଦକ ରୂପେ ସୁନାମ ଅର୍ଜନ କରିବା ସହ, ତାଙ୍କ ମା ନିବେଦିତା ମହାପାତ୍ର ହେଲେ ଜଣେ ଚାରୁ ଚିତ୍ରକଳା ରେ ଶିକ୍ଷୟତ୍ରୀ ଓ ସାରା ଓଡିଶା ରେ ଜଣେ ନିପୁଣ ବ୍ୟକ୍ତିତ୍ୱ ଙ୍କୁ ଅନେକ ଧନ୍ୟବାଦ ଦେବା ସହ ଶ୍ରୀ ଆକାଶ ଦାସ ନାୟକ ଓ ମାନସ ରଞ୍ଜନ ମହାନ୍ତି ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।