ୱିନର ଅସସୋସିଏସନ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ

Aug 15, 2023 - 19:29
Aug 28, 2023 - 14:24
 7
ୱିନର ଅସସୋସିଏସନ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ

ଭୁବନେଶ୍ୱର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୱିନର ଆସୋସିଏସନ ସହିଦନଗର ଭୁବନେଶ୍ବର।ପକ୍ଷରୁ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଅନୁଷ୍ଠାନ ର ସଦସ୍ୟ, ସଦସ୍ୟା ଓ ଉପଦେଷ୍ଟା ଙ୍କ ଉପସ୍ଥିତିରେ ପ୍ରଥମେ ପତାକା ଉତ୍ତୋଳନ କରାଯାଇଥିଲା। ସମସ୍ତେ ମିଶି ଦେଶ ର ଜାତୀୟ ସଙ୍ଗୀତ "ଜନ ଗଣ ମନ" ଗାନ କରିଥିଲେ। ଆଜି କ୍ଲବ ପକ୍ଷରୁ ଆୟୋଜିତ ସ୍ଵାଧୀନତା ଦିବସ ପାଳନ ଅବସରରେ ସ୍ଵାଧୀନତା ନିମନ୍ତେ ଦେଶ ପାଇଁ ଯେଉଁ ମହାନ ବ୍ୟକ୍ତି ବିଶେଷ ନିଜ ଜିବନକୁ ଉତ୍ସର୍ଗ କରି ଦେଇଥିଲେ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଉପସ୍ଥିତ ଛୋଟ ପିଲା ମାନଙ୍କୁ ଚକଲେଟ ବଣ୍ଟା ଯାଇଥିଲା। ଜୟ କଳିଙ୍ଗ ଅଟୋ ମହାସଂଘ ଓଡିଶା ର ସଦସ୍ୟ ମାନେ ଏହି ସ୍ଵାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।