କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି; ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ସ୍ୱତନ୍ତ୍ର ରିଲିଫ କମିଶନର

May 25, 2023 - 06:17
Aug 24, 2023 - 14:03
 4
କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି; ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ଓଡ଼ିଶାର ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତି ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ। ବିଦ୍ୟୁତ ସରବରାହ ତୁରନ୍ତ ପୁନର୍ବାହାଲ କରିବା ଓ ଗଛ ପଡ଼ିଥିଲେ ଅଗ୍ନିଶମ କର୍ମଚାରୀଙ୍କ ସଫା କରିବାକୁ ଦିଆଯାଇଛି ନିର୍ଦେଶ। ଏହା ସହ ଝଡ଼ରେ ଭାଙ୍ଗିଥିବା ଘର ବିଷୟରେ ରିପୋର୍ଟ ଦେବାକୁ ରହିଛି ନିର୍ଦେଶ। ଜୀବନହାନୀ ଘଟିଥିଲେ ବା ଆହତ ହୋଇଥିଲେ ଜଣାଇବାପାଇଁ କହିଲେ ସ୍ୱତନ୍ତ୍ର ରିଲିଫ କମିଶନର।