ଚନ୍ଦ୍ରରେ ଗାତ ଦେଖି ବାଟ ବାଦଳାଇଲା ପ୍ରଜ୍ଞାନ

Aug 28, 2023 - 13:51
 124
ଚନ୍ଦ୍ରରେ ଗାତ ଦେଖି ବାଟ ବାଦଳାଇଲା ପ୍ରଜ୍ଞାନ

ଭୁବନେଶ୍ୱର: ଚନ୍ଦ୍ରରେ ବିଚରଣ କରିଥିବା ରୋଭର ପ୍ରଜ୍ଞାନ ଗାତରେ ପଡ଼ିବା ପୂର୍ବରୁ ବଦଳାଇଲା ବାଟ। ଲ୍ୟାଣର ବିକ୍ରମରୁ ଅଲଗା ହେବା ପରେ ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରୁଥିବା ପ୍ରଜ୍ଞାନ କିଛି ବାଟ ଯିବା ପରେ ଗୋଟିଏ ଗାତର ସମ୍ମୁଖୀନ ହୋଇଥିଲା। ନିର୍ଦ୍ଧାରିତ ଚଲାପଥରେ ଥିବା ୪ ମିଟର ବ୍ୟାସ ବିଶିଷ୍ଟ ଗାତ ନଜରରେ ଆସିବା ପରେ ଲ୍ୟାଣ୍ଡରକୁ ସୂଚନା ଦେଇଥିଲା। ଏହା ପରେ ତା'ର ନିର୍ଦ୍ଧାରିତ ପଥକୁ ବଦଳା ଯାଇଥିଲା ଓ ପ୍ରଜ୍ଞାନ ଅଲଗା ଦିଗରେ ଯାଇଥିବା ସୂଚନା ଦେଇଛନ୍ତି ଇସ୍ରୋ। ପ୍ରଜ୍ଞାନ ଆଉ ୧୦ ଦିନ ଯାଏଁ ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିବ।