ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ କୁ ସାରାସଚ ଅନୁଷ୍ଠାନ ପକ୍ଷରୁ ବେଷ୍ଟ ଏନ୍ ଜି ଓ ଅଫ ଦି ଇୟର ଭାବେ ସମ୍ଵର୍ଦ୍ଧନା
ଭୁବନେଶ୍ଵର :ସାରାସଚ ଟିଭି ଓ ମିଡିଆ ଅନୁଷ୍ଠାନ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ରଙ୍କୁ ସମ୍ଵର୍ଦ୍ଧିତ କରିବା ସହିତ ଜୟ ମା ଭବାନି ଟ୍ରଷ୍ଟକୁ "ବେଷ୍ଟ ଏନଜିଓ ଅଫ ଦି ଇୟର ଭାବେ ସମ୍ଵର୍ଦ୍ଧିତ କରିଛନ୍ତି ଟ୍ରଷ୍ଟ ପକ୍ଷରୁ ସମାଜରେ ଅବହେଳିତ ବୃଦ୍ଧ ବାପା ମା ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ କିଛି ସମୟ ଖୁସି ଓ ଶାନ୍ତି ବାଣ୍ଟୁ ଥିବାରୁ ଏହି ସମ୍ମାନ ପ୍ରଦାନ କରଯାଇଛି । ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ଡ ନାରାୟଣ ମହାପାତ୍ରଙ୍କୁ ସମାଜସେବା କ୍ଷେତ୍ରରେ ବହୁ ସମ୍ମାନସୂଚକ ଉପାଧି ପ୍ରଦାନ କରିଛନ୍ତି । ରାଷ୍ଟ୍ରୀୟ ହିନ୍ଦୀ ମିଡିଆ ମଞ୍ଚ "ସାରାସଚ" ପ୍ରତିବର୍ଷ ଭଳି ଚଳିତ ବର୍ଷ ସାମାଜିକ ସଂଗଠନ "ଜୟ ମା ଭବାନି ଚାରି ଟେବୁଲ ଟ୍ରଷ୍ଟ" କୁ "ବେଷ୍ଟ ଏନ ଜୀ ଓ ଅଫ ଇଣ୍ଡିଆ" ସମ୍ମାନ ରେ ସମ୍ମାନିତ କରିଛନ୍ତି। ଆମେ ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ପ୍ରମୁଖ ସଦସ୍ୟ ମାନଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି କହିଛନ୍ତି ଡ ମହାପାତ୍ର।