ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ଝଙ୍କଡ଼ ମା ଶାରଳା ଙ୍କ ମନ୍ଦିର ପାଖରେ ଥିବା ଶାରଦା ଏକାଡେମୀରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

Sep 23, 2023 - 12:41
 35
ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ଝଙ୍କଡ଼ ମା ଶାରଳା ଙ୍କ ମନ୍ଦିର ପାଖରେ ଥିବା ଶାରଦା ଏକାଡେମୀରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଭୁବନେଶ୍ୱର : ୨୦୧୭ ରୁ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ସାମାଜ ସେବା ର ଯାତ୍ରା ଆରମ୍ଭ କରି ଆଜି ୨୦୨୩ ରେ ପହଞ୍ଚିଛି । ଆଜି ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଅଶୋକ ବଳ, ନବକିଶୋର ମହାଳିକ, ଶ୍ରୀ ନିବାସ ରାଓ ରାହୁଲ ପଳେଇଙ୍କ ନେତୃତ୍ୱରେ ମା ଶାରଳାଙ୍କ ପୀଠରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡ ନାରାୟଣ ମହାପାତ୍ରଙ୍କୁ ଏହି କାର୍ଯ୍ୟକ୍ରମ ଜୟ ମା ଭବାନୀ ଟ୍ରଷ୍ଟ, ଆପୋଲୋ ହସ୍ପିଟାଲ ଓ ଏ ଏସ ଜି ଆଇ ହସପିଟାଲର ମିଳିତ ସହଯୋଗରେ ଆୟୋଜିତ କରାଯାଇଥିଲା । ଆଜିର ସ୍ୱାସ୍ଥ୍ୟ ଶିବିରରେ ଆପୋଲୋ, ଏ ସ ଜୀ ଆଇ ହସପିଟାଲର ଡାକ୍ତର ମାନେ ଓ ଡାକ୍ତର ସଞ୍ଜିତ ପଣ୍ଡା, ଡାକ୍ତର ରବିନ କର, ଡା ସୁରେନ୍ଦ୍ର ସାହୁ, ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ ପରୀକ୍ଷା ଶିବିରକୁ ପରିଚାଳନା କରିଥିଲେ । ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛୁ । ଅବହେଳିତ ଗୁରୁଜନ ଓ ଛୋଟ ପିଲା ମାନଙ୍କ ମୁହଁରେ ହସ ଫୁଟାଇବା ଆମର ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି ଡ ନାରାୟଣ ମହାପାତ୍ର ।