ସୁନ୍ଦରଗଡ଼ରେ ରାତି ୧୦ଟା ପରେ ଖୋଲା ରହିବନି ଦୋକାନ
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ରାତି ୧୦ଟା ପରେ ଦୋକାନ ଖୋଲିଲେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଆଉ ରାତି ୧୦ ପରେ ଖୋଲା ରହିବନି ଦୋକାନ ବଜାର। ବଜାର ଖୋଲା ରହିଲେ ଅସାମାଜିକ କାର୍ଯ୍ୟ ବଢ଼ୁଥିବାରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।