ଲିଙ୍ଗରାଜ ମନ୍ଦିର ପାଖରେ କାର୍ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଆହତ

Nov 13, 2023 - 15:18
 135

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖରେ କାର୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ଵାମୀ ଆହତ ହୋଇଛନ୍ତି। କାର୍ ଚାଳକ ଗାଡ଼ି ପଛକୁ ଆଣୁଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପୟା ଶ୍ରାଦ୍ଧ ପାଇଁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରୁ ଲିଙ୍ଗରାଜ ମନ୍ଦିର ଆସିଥିଲେ ଦମ୍ପତି। ପୋଲିସ୍ କାର୍ ଜବତ କରି ଚାଳକକୁ ଅଟକ ରଖିଛି।