ଆଜି ଆଲୋକର ପର୍ବ ପବିତ୍ର ଦୀପାବଳୀ ପାଇଁ ଉତ୍ସବମୁଖର ସାରା ଓଡ଼ିଶା

Nov 12, 2023 - 11:23
 135
ଆଜି ଆଲୋକର ପର୍ବ ପବିତ୍ର ଦୀପାବଳୀ ପାଇଁ ଉତ୍ସବମୁଖର ସାରା ଓଡ଼ିଶା

ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି ଓ ମାଆ କାଳୀଙ୍କ ପୂଜା। ଏଥିପାଇଁ ଓଡ଼ିଶାର ଗାଁରୁ ସହର ସବୁ ଆଡ଼େ ଆନନ୍ଦ ଓ ଉଲ୍ଲାସର ସହିତ ଏହି ଉତ୍ସବକୁ ସମସ୍ତେ ପାଳନ କରୁଛନ୍ତି। ଘରେ ଘରେ ଆତ୍ମସ୍ୱଜନ ମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ଲୋକେ। ଦୀପ ଓ ରଙ୍ଗୀନ ଆଲୋକମାଳାରେ ଝଲସି ଉଠିବ ସାରା ରାଜ୍ୟ। ମାଆ କାଳୀଙ୍କ ମନ୍ଦିର ଓ ପୀଠ ମାନଙ୍କରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ଭୁବନେଶ୍ୱରର ସତ୍ୟକାଳୀ ପୂଜା ପୀଠ ୪୪ ବର୍ଷର ପୁରାତନ ଶକ୍ତୀପୀଠ। ଏଠାରେ ପ୍ରତି ବର୍ଷ ବହୁ ଆଡ଼ମ୍ବରରେ ପୂଜାର୍ଚ୍ଚନା କରାଯାଏ। ପୂଜାସ୍ଥଳ ନିକଟରେ ବଡ଼ ମୀନା ବଜାର ଆୟୋଜିତ ହୋଇଛି। ସେହିପରି, ସହିଦ ନଗର ପୂଜା ମଣ୍ଡପରେ ମଧ୍ୟ ମାଆଙ୍କ ପୂଜା ପାଇଁ ଆୟୋଜନ କରାଯାଇଛି। ଏଠାରେ ଆଜିଠୁ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।